ନୂଆଦିଲ୍ଲୀ ୦୨।୦୨; ଅମାଲ ମଲ୍ଲିକଙ୍କୁ କିଏ ବା ନଜାଣେ । ତାଙ୍କ ଗୀତର ଯାଦୁରେ ଦର୍ଶକଙ୍କୁ ସେ ବେଶ୍ ବାନ୍ଧି ରଖିଥାନ୍ତି । ନିକଟରେ ଅମାଲ ମଲ୍ଲିକ ବିଗ ବସ୍ -୧୯ରେ ନଜର ଆସିଥିଲେ । ତାଙ୍କର ବୋଲ୍ଡ ଅନ୍ଦାଜ ପାଇଁ କିଛି ଦର୍ଶକ ତାଙ୍କୁ ଭଲପାଇଥିବା ବେଳେ କିଛି ଦର୍ଶକ ସମାଲୋଚନା ମଧ୍ୟ କରିଥିଲେ । ସବୁବେଳେ ଅମାଲ ତାଙ୍କ ସଂଘର୍ଷର କାହାଣୀ ବିଗ୍ ବସ୍ -୧୯ରେ ପ୍ରତିଯୋଗୀମାନଙ୍କୁ କହୁଥିବା ଦେଖିବାକୁ ମିଳିଥିଲା । ହେଲେ ଅମାଲଙ୍କ ମ୍ୟୁଜିକ୍ କ୍ୟାରିଅର୍ ବେଶ୍ ସଂଘର୍ଷ ପୂର୍ଣ୍ଣ ଥିଲା । ଅମାଲ କହିଛନ୍ତି ଯେ ତାଙ୍କ ଜୀବନରେ ଅନେକ ଉତ୍ଥାନ ପତନ ଆସିଛି ଏବଂ ସେ ଏମିତି ସମୟ ଦେଇ ଜୀବନ ଅତିବାହିତ କରିଛନ୍ତି ଯେ କହିହେବ ନାହିଁ ।

ଅଧିକ ପଢନ୍ତୁ-ଦଲାଇ ଲାମା ଜିତିଲେ ପ୍ରଥମ 'ଗ୍ରାମୀ' ଆୱାର୍ଡ, ଜାଣନ୍ତୁ ସେ କେଉଁ କାଟାଗରୀ ପାଇଲେ ପୁରସ୍କାର ?

ନିଜକୁ ସଙ୍ଗୀତ ଜଗତରେ ପ୍ରମାଣିତ କରିବା ପାଇଁ ତାଙ୍କର ସଂଘର୍ଷ କମ୍ କଷ୍ଟଦାୟକ ନଥିଲା ବରଂ ଏହା ଅତ୍ୟନ୍ତ କଠିନ ଥିଲା । ଅନେକ ରିଜେକ୍ସନର ମଧ୍ୟ ସାମ୍ନା କରିବାକୁ ପଡିଥିଲା ଅମାଲଙ୍କୁ । ଏକ ସାକ୍ଷାତକାରରେ, ଅମାଲ୍ ନିଜର ଯନ୍ତ୍ରଣା ପ୍ରକାଶ କରି କହିଥିଲେ ଯେ "ମଲ୍ଲିକ୍" ଟାଇଟେଲ୍ ତାଙ୍କ ସପକ୍ଷରେ କାମ କରିବା ପରିବର୍ତ୍ତେ ତାଙ୍କ ବିରୁଦ୍ଧରେ କାମ କରିଥିଲେ । ଅମାଲ୍ କହିଥିଲେ, "ମୁଁ ଯେଉଁଠାରେ ସହାୟକ ଭାବରେ କାମ କରିବାକୁ ଯାଉଥିଲି, ଯେତେବେଳେ ସେମାନେ ଜାଣିଲେ ଯେ ମୋର ସରନାମ "ମଲ୍ଲିକ୍", ତୁରନ୍ତ ସେମାନେ ମୋତେ ଚାକିରିରୁ ବାହାର କରିଦେଉଥିଲେ ।

ସେମାନେ କହିଥିଲେ , ଇଏ ହେଉଛନ୍ତି ସେହି ପରିବାରର ସଦସ୍ୟ , ଦରକାର ପଡିଲେ ସେ ଆମର ସଙ୍ଗୀତ ଲିକ୍ ମଧ୍ୟ କରିପାରିବେ।'" ସେତେବେଳେ ଅମାଲଙ୍କ ପ୍ରତି ଲୋକଙ୍କ ମନରେ ଏପରି ଧାରଣା ସୃଷ୍ଟି ହୋଇଥିଲା । ଅମାଲ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିବାଦରେ ତାଙ୍କ ଭାଇ ତଥା ପ୍ରଖ୍ୟାତ ବଲିଉଡ୍ ସିଙ୍ଗର ଅରମାନ ମଲ୍ଲିକ ମଧ୍ୟ ବଞ୍ଚିନଥିଲେ । ଫିଲ୍ମ ଇଣ୍ଟଷ୍ଟ୍ରିରେ ଯୋଡି ହୋଇ ରହିଥିବା ଲୋକଙ୍କ ପରିଶ୍ରମ କାହାକୁ ଦେଖାଯାଏ ନାହିଁ । ମଣିଷ ଯେତେ ବି ପରିଶ୍ରମ କରୁନା ନା କାହିଁକି ତାକୁ ସମସ୍ତେ ଅଣଦେଖା କରନ୍ତି । ପିଲାଟି ଦିନରୁ ଅମାଲ ମଲ୍ଲିକଙ୍କୁ ଅନେକ ସଂଘର୍ଷ କରିଛନ୍ତି । ଅମାଲ କହିଛନ୍ତି ଯେ ତାଙ୍କ ଜୀବନର ୧୫ ବର୍ଷରୁ ୨୫ ବର୍ଷ ପର୍ଯ୍ୟନ୍ତ ଏଭଳି କଠିନ ପରିସ୍ଥିତି ଆସିଥିଲା ମୁଁ ରାସ୍ତାରେ ବୁଲୁଥିଲି, ମୋର କାମ ନିଜେ କରୁଥିଲି, ତାହା ଆସିଟାଣ୍ଟ ଭାବରେ ହେଉ ବା ଡେଲିଭରି ବୟ ଭାବରେ । ତଥାପି ଅମାଲ ଖୁସି ହୋଇ କହିଛନ୍ତି ଯେ ଯାହା ହେଉ ଏହି ସବୁ କଠିନ ପରିସ୍ଥିତି ଜୀବନରେ ବହୁତ ଆଗରୁ ମୁଁ ଦେଖିସାରିଛି । ଏତେ ସଂଘର୍ଷ କରିସାରିବା ପରେ ବି ସେ ହାର୍ ମାନି ନାହାନ୍ତି ।

ଅଧିକ ପଢନ୍ତୁ-୨ରେ ବିବାହ କରିବେନି ରଶ୍ମିକା-ବିଜୟ, ଏହି ଦିନ ସିଟି ପ୍ୟାଲେସ୍‌ରେ ନେବେ ସାତଫେରା