ଭଦ୍ରକ : ଦୀର୍ଘ ଦିନ ଯାତ୍ରା ପାର୍ଟିରେ କାମ କରି ମଧ୍ୟ ମିଳିଲା ନାହିଁ ଦରମା । କଳାକାର ମଞ୍ଚରେ ଯାତ୍ରା ପରିବେଶଣ କଲେ। ଦରମା ଆଜି ଦେବି, କାଲି ଦେବି କହି ପରିଚାଳକ ଟଙ୍କା ନ ଦେଇ ପଳାଇଲେ । ଶେଷରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି ତାରିଣୀ ଗଣନାଟ୍ୟର କଳାକାର ଓ କର୍ମଚାରୀ ।

ସେମାନଙ୍କ ଅଭିଯୋଗ ଅନୁଯାୟୀ , ଦୀର୍ଘ ଦିନ ଧରି ସେମାନେ ତାରିଣୀ ଗଣନାଟ୍ୟରେ କାର୍ଯ୍ୟ କରୁଥିଲେ ମଧ୍ୟ ଦରମା ପାଇ ନାହାନ୍ତି । ତେବେ ଘଟଣାକୁ ନେଇ ପ୍ରଯୋଜକ ଓ ପରିଚାଳକଙ୍କୁ ବହୁ ଅଭିଯୋଗ ପରେ ଆପୋଷ ସମାଧାନ ପାଇଁ ସମୟ ଦିଆଯାଇଥିଲା ବୋଲି କହିଛନ୍ତି କଳାକାର । କିନ୍ତୁ ଦିଆଯାଇଥିବା ସମୟରେ ମଧ୍ୟ ପରିଚାଳକ ଆସିନଥିଲେ। ଏମିତିକି ଯାତ୍ରା ସରିବା ପରେ ଯାତ୍ରା ମାଲିକ ଫୋନ୍ ସ୍ୱିଚ୍ ଅଫ୍ କରିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଶେଷରେ କଳାକାର ଓ କର୍ମଚାରୀମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଏତଲା ଦେଇଛନ୍ତି ।

Also Read- ଆରମ୍ଭ ହେବ କଡ଼ା ଚେକିଂ, ଅମାନିଆ ହେଲେ ଗଣିବେ ତଣ୍ଡ

ଏପଟେ ଘଟଣାକୁ ନେଇ ତାରିଣୀ ଗଣନାଟ୍ୟର ପରିଚାଳକ ପରିଚାଳକ କହିଛନ୍ତି ଯେ ନାଟକ ନ ହେଲେ ପାରିଶ୍ରମିକ ଦେବା କଷ୍ଟ ହେବ । ସେ ଏକଥା ବି କହିଛନ୍ତି ଯେ, ଯାତ୍ରା କ୍ୟାମ୍ପରେ କଳାକାରଙ୍କୁ କିଛି କିଛି ଟଙ୍କା ଦିଆଯାଏ । କିନ୍ତୁ ଏବେ କଳାକାରମାନେ ଯାତ୍ରା କରୁ ନାହାନ୍ତି , ତେଣୁ ଟଙ୍କା ଦିଆଯାଇ ପାରୁ ନାହିଁ । ଯାତ୍ରା ଆରମ୍ଭ ହେଲେ ବକେୟା ଟଙ୍କା ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।