ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୧୪.୪୩ ଲକ୍ଷ ଚାଷୀ ଉପକୃତ ହେବେ। ତେବେ ଏହି ଯୋଜନା ଯୋଗୁ ରାଜ୍ୟ କୋଷାଗାର ଉପରେ ୫,୯୩୨ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଚାଷୀମାନେ ୭୫,୦୦୦ ଟଙ୍କାରୁ ଅଧିକ ଋଣ ନେଇଛନ୍ତି, ସେମାନଙ୍କର ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ। ଏହି ସଂଶୋଧିତ ନିଷ୍ପତ୍ତି ଚାଷୀଙ୍କ ଦାବି ପରେ ନିଆଯାଇଛି, କାରଣ ଏହା ପୂର୍ବରୁ ସରକାର କେବଳ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରିବାକୁ ଘୋଷଣା କରିଥିଲେ। ଚଳିତ ବର୍ଷ ୨୦୨୫ ମେ ୧ରୁ ୨୦୨୬ ଫେବୃଆରୀ ୨୮ ମଧ୍ୟରେ ନିଆଯାଇଥିବା ସମସ୍ତ ଫସଲ ଋଣ ଉପରେ ଏହି ରିହାତି ଲାଗୁ ହେବ। ଏହି ପଦକ୍ଷେପ ଆଗାମୀ ଚାଷ ଋତୁ ପାଇଁ ଚାଷୀମାନଙ୍କୁ ନୂତନ ଋଣ ନେବାରେ ବିଶେଷ ସହାୟକ ହେବ।

Also Read: ସ୍ୱାମୀ ବିଦ୍ରୋହୀ କ୍ୟାମ୍ପରେ, ସ୍ତ୍ରୀ କହିଲେ ଶେଷ ଯାଏଁ ଦିଦିଙ୍କ ସହ ରହିବି...ବନ୍ଦୋପଧ୍ୟାୟ ପରିବାରରେ ହାଇଡ୍ରାମା