ନୂଆଦିଲ୍ଲୀ: ଗତବର୍ଷ କରୁରରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣା ପରେ ପ୍ରଥମ ଥର ପାଇଁ ସେଠାକୁ ଗସ୍ତ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ। ଆଉ ଏହି ଗସ୍ତ ସମୟରେ ସେ ଦେଇଛନ୍ତି ଏକ ଏକ ବଡ଼ ବୟାନ । ଏହି ଘଟଣା ପଛରେ ଏକ ଗଭୀର ରାଜନୈତିକ ଷଡ଼ଯନ୍ତ୍ର ଥିବା ନେଇ ସେ ଆଶଙ୍କା ପ୍ରକଟ କରିବା ସହ ତତ୍କାଳୀନ ଶାସକ ଦଳ ଡିଏମକେ (DMK) ଉପରେ ବର୍ଷିଛନ୍ତି। ଏମିତିକି, ଏହି ଦୁର୍ଘଟଣାରୁ ବିରୋଧୀ ଦଳ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

ପୋଲିସର ନିର୍ଦ୍ଦେଶ ଓ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ

କରୁରରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ, ଗତ ବର୍ଷ ସେପ୍ଟେମ୍ବର ୨୭ ତାରିଖରେ ତାଙ୍କ ପାର୍ଟି ‘ତାମିଲଗା ଭେତ୍ରି କାଝାଘମ’ (TVK)ର ସମାବେଶ ସମୟରେ ପୋଲିସ ପ୍ରଶାସନ ସେମାନଙ୍କୁ ବଢୁଥିବା ଭିଡ଼ ବିଷୟରେ କୌଣସି ସୂଚନା ଦେଇନଥିଲା। ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ମଧ୍ୟ ପୋଲିସ ସଭା ବାତିଲ କରିବା ପାଇଁ କୌଣସି ପଦକ୍ଷେପ ନେଲାନାହି।

Also Read: ମାଇଲେଜ୍ କମିପାରେ, କିନ୍ତୁ ଗାଡ଼ି ନଷ୍ଟ ହୁଏନି: E20 ପେଟ୍ରୋଲକୁ ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସ୍ୱୀକାରୋକ୍ତି

ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି, "ଯଦି ସେଠାରେ ଏତେ ଭିଡ଼ ଥିଲା, ତେବେ କାର୍ଯ୍ୟକ୍ରମକୁ ବାତିଲ କରାଯାଇ ପାରିଥାନ୍ତା। କିନ୍ତୁ ଏହାକୁ ଆଗକୁ ବଢ଼ାଇବା ପାଇଁ ଆଦେଶ କିଏ ଦେଇଥିଲା ?" ସେ ଅଭିଯୋଗ କରିଛନ୍ତି ଯେ, ପୋଲିସ ପରିସ୍ଥିତିକୁ ସମ୍ଭାଳିବା ପରିବର୍ତ୍ତେ କେବଳ ତାଙ୍କୁ ସୁରକ୍ଷା ଦେଇ ଜାତୀୟ ରାଜପଥ ପର୍ଯ୍ୟନ୍ତ ନେଇ ଆସିଥିଲା। ଯେଉଁଥିପାଇଁ ପରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ପୀଡ଼ିତଙ୍କ ପାଇଁ ସ୍ମାରକୀ ଘୋଷଣା

ବିଜୟ କହିଛନ୍ତି ଯେ, ସେହି ସମୟରେ ତାଙ୍କୁ ଘଟଣାର ସତ୍ୟତା ଜଣାନଥିଲା। ସେଥିପାଇଁ ସେ ମଞ୍ଚରୁ ପୋଲିସକୁ ଧନ୍ୟବାଦ ଦେଇଥିଲେ। ଏହି ଦଳାଚକଟାରେ ୪୧ଟି ପରିବାର ନିଜର ପ୍ରିୟଜନଙ୍କୁ ହରାଇଛନ୍ତି। ତେବେ ଦଳଚକଟା ପରେ ବି ବିଜୟ କରୁର ଯାଇପାରିନଥିଲେ। ଏମିତିରେ ଚେନ୍ନାଇ ନିକଟରେ ସେହି ପରିବାରଗୁଡ଼ିକୁ ଭେଟି ସମବେଦନା ଜଣାଇବା ସହ ସାହାଯ୍ୟ କରିଥିଲେ।

ଏହି ଅବସରରେ ମୃତକଙ୍କ ସ୍ମୃତିରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ବିଜୟ କଳା ରଙ୍ଗର ପୋଷାକ ପିନ୍ଧି କରୁରରେ ପହଞ୍ଚିଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ TVK ପକ୍ଷରୁ କରୁରରେ ଏକ ସ୍ମାରକୀ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବିଶାଳ ରୋଡ୍ ସୋ’ ମଧ୍ୟ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମରେ କେବଳ QR କୋଡ୍ ପାସ୍ ଥିବା ୫,୦୦୦ ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିଲା।

Also Read: ଯଦି ମରିବାର ଅଛି, ମୋ ଦେଶରେ ମରିବି, ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି: ଶେଖ୍ ହାସିନାଙ୍କ ବଡ଼ ଘୋଷଣା

ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ

କରୁରର କଂଗ୍ରେସ ସାଂସଦ ଜୋତିମଣି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସମର୍ଥନ କରିଛନ୍ତି। ଏହାକୁ ରାଜନୈତିକ ପ୍ରଣୋଦିତ କହି ବିରୋଧ କରୁଥିବା ଏବଂ CBI ତଦନ୍ତ ପ୍ରଭାବିତ ହେବା ନେଇ ଆରୋପ ଲଗାଉଥିବା ବିରୋଧୀ ଦଳଗୁଡ଼ିକୁ ସେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୃତକଙ୍କ ମଧ୍ୟରୁ ଅଧିକାଂଶ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ତେଣୁ ସେମାନଙ୍କ ସଂଘର୍ଷକୁ ବୁଝି ସରକାର ସାହାଯ୍ୟ କରିବା ଅତ୍ୟନ୍ତ ଜରୁରୀ ଅଟେ।