ଦେବଗଡ଼: ରେଳପଥ ପ୍ରକଳ୍ପକୁ ବିରୋଧ ନୁହଁ, ପ୍ରକଳ୍ପ ପାଇଁ ମିଳୁଥିବା କ୍ଷତିପୂରଣ ରାଶିକୁ ବିରୋଧ କରୁଛୁ। ଦେଶର ତଥା ରାଜ୍ଯ ର ବିକାଶ ପାଇଁ ଆମେ ଆମର ଭିଟାମାଟି ଛାଡିବାକୁ ପ୍ରସ୍ତୁତ, ମାତ୍ର ସରକାର ଆମକୁ ଆମର ନ୍ୟାର୍ଯ୍ୟ କ୍ଷତିପୂରଣ ପ୍ରଦାନ କରନ୍ତୁ। ଏଭଳି କିଛି ଦାବି କରିଛନ୍ତି, ତାଳଚେର-ବିମଳାଗଡ ରେଳଲାଇନ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସୁରକ୍ଷା କମିଟି । ତାଳଚେର-ବିମଳାଗଡ ରେଳଲାଇନ ପାଇଁ ଦେବଗଡ ଜିଲ୍ଲାର କିଛି ଗ୍ରାମବାସୀ କ୍ଷତିଗ୍ରସ୍ତ ହେବେ। ଏହି ରେଳପଥ ପାଇଁ ସେମାନଙ୍କ ଜମି ଅଧିଗ୍ରହଣ ନୋଟିସ ପାଇବା ପରେ ଗ୍ରାମବାସୀ କ୍ଷତିପୂରଣ ରାଶିର ପରିମାଣ ଦେଖି ବିରୋଧ କରିଛନ୍ତି।

ରବିବାର ଦେବଗଡ ଜିଲ୍ଲା ବାହାଡାପଷି ଠାରେ ତାଳଚେର- ବିମଳାଗଡ ରେଳଲାଇନ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସୁରକ୍ଷା କମିଟୀ ପକ୍ଷରୁ ସମାବେଶ ଅନୁଷ୍ଠିତ ହୋଇଯାଇଛି। ତାଳଚେର-ବିମଳାଗଡ ରେଳପଥ ପାଇଁ ନିଜର ଭିଟାମାଟି ହରାଉଥିବା ଜନସାଧାରଣ ଏଥିରେ ଯୋଗଦେଇ ସରକାରୀ ନୀତିନିୟମ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଆଲୋଚନା କରିଥିଲେ। ଏହି ରେଳପଥ ପାଇଁ ଦିଆଯାଉଥିବା ପ୍ରସ୍ତାବିତ ସରକାରୀ କ୍ଷତିପୂରଣକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ୨୦୧୩ ମସିହା ସରକାରଙ୍କ ଆଇନ ଓ ଲାରା କୋର୍ଟଙ୍କର ଆଦେଶ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଉପସ୍ଥିତ ଗ୍ରାମବାସୀ ଦାବୀ କରିଛନ୍ତି।

୨୦୨୦ ମସିହାଠାରୁ ବିଭିନ୍ନ ସମୟରେ ତିନି ଥର ନୋଟିସ ପାଇଥିବା ବେଳେ କ୍ଷତିପୂରଣ ରାଶି ବୃଦ୍ଧି ପାଇଁ ଅଞ୍ଚଳବାସୀ ଦାବି କରିଥିଲେ। ମାତ୍ର କୌଣସି ପ୍ରକାର ପ୍ରତିକାର ନହେବା ଯୋଗୁଁ ଜମି ଛାଡିବାକୁ ଗ୍ରାମବାସୀ ନାରାଜ ହୋଇଛନ୍ତି। ଏନେଇ ରବିବାର ଦେବଗଡ ଜିଲ୍ଲା ବାହାଡାପଷି ଠାରେ ତାଳଚେର- ବିମଳାଗଡ ରେଳଲାଇନ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସୁରକ୍ଷା କମିଟୀ ପକ୍ଷରୁ ସମାବେଶ ଅନୁଷ୍ଠିତ ହୋଇଯାଇଛି।  ଏନେଇ କିଛି କ୍ଷତିଗ୍ରସ୍ତ "ଲାରା" କୋର୍ଟ ରେ ଆପତ୍ତି କରିବା ପରେ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି ନିର୍ଦ୍ଦେଶ କୁ ସରକାର ମାନୁନଥିବା କମିଟି ପକ୍ଷରୁ ପକ୍ଷରୁ ଅଭିଯୋଗ କରାଯାଇଛି।

Also Read: ​​​​​​​ଓଡ଼ିଶାର ହକ୍ ପାଇଁ ଲଢ଼ିବ କି ବିଜେପି ? MMDR ଆକ୍ଟକୁ ନେଇ ସଂତୃପ୍ତଙ୍କ ପ୍ରଶ୍ନ

ରବିବାର ଦେବଗଡ଼ ଜିଲ୍ଲାର ୧୯ ଗୋଟି ଗ୍ରାମର ଗ୍ରାମବାସୀ ବାହାଡାପୋଷି ଠାରେ ଏକତ୍ରିତ ହୋଇ ଏହି କ୍ଷତିପୂରଣ ଅର୍ଥ ରାଶି ବୃଦ୍ଧି କରିବାକୁ ଦାବି କରିଛନ୍ତି। ତାଳଚେର-ବିମଳାଗଡ ରେଳପଥ ପାଇଁ ଅନୁଗୁଳ ଜିଲ୍ଲାର ପାଲଲହଡା ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କରାଯିବା ସହ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ମାତ୍ର ଦେବଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ ରେ ବିଳମ୍ବ ଏହି ରେଳପଥ ନିର୍ମାଣର ପ୍ରକୃତ ଆଭିମୁଖ୍ଯ କୁ ପଛେଇ ଦେଇଛି। କ୍ଷତିଗ୍ରସ୍ତଙ୍କର ବୈଠକ ପରେ ସମସ୍ତ ଗ୍ରାମବାସୀ "ଲାରା" କୋର୍ଟ ଙ୍କ ଆଦେଶ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ କରାଗଲେ ଜମି ଛାଡିଦେବାକୁ ସହମତି ପ୍ରକାଶ କରିଛନ୍ତି।