କଟକ ୨୯।୧୧: କଟକ ଗଣେଶଘାଟ ଗୋଷ୍ଠୀ ସଂଘର୍ଷ ମାମଲାରେ ବଢ଼ିଲା ଗିରଫ ସଂଖ୍ୟା । ଅମରେନ୍ଦ୍ର ସାମଲଙ୍କୁ ହତ୍ୟା ମାମଲାରେ ଆଉ ୧୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ମୋଟ ଗିରଫ ସଂଖ୍ୟା ୩୨ରେ ପହଞ୍ଚିଛି । ସମସ୍ତଙ୍କୁ ଅଭିଯୁକ୍ତଙ୍କୁ ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରୁ ଗିରଫ କରିଛି ପୋଲିସ । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।

Also Read:-ବାଲିଯାତ୍ରାରେ ବାସି ଖାଦ୍ୟ ଜବତ, ଦୁଇଟି ଷ୍ଟଲ୍ ଆଜି ପାଇଁ ବନ୍ଦ

ସେପଟେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ରଖିଛନ୍ତି । କୌଣସି ପ୍ରକାରର ଅପରାଧକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଅପରାଧ ଦମନ କ୍ଷେତ୍ରରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ଗଣେଶଘାଟ ଗୋଷ୍ଠୀ ସଂଘର୍ଷରେ ଜଣକର ମୃତ୍ୟୁ ହେବା ଘଟଣାକୁ ନେଇ ସରକାର ଖୁବ୍ ସମାଲୋଚିତ ହୋଇଛନ୍ତି । ତେବେ ଗୋଟିଏ ଦୁଇଟି ଘଟଣାକୁ କେନ୍ଦ୍ର କରି ରାଜ୍ୟର ଆଇନଶୃଙ୍ଖଳ ବିପର୍ଯ୍ୟସ୍ତ ବୋଲି କହିବା ଠିକ୍ ନୁହେଁ ବୋଲି କହିଛନ୍ତି ପୃଥ୍ବୀରାଜ । ଏହି ଘଟଣାରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, କୌଣସି ଅପରାଧୀଙ୍କୁ ଛଡ଼ାଯିବନାହିଁ ।