ମେଷ- ଦିନଟି ମିଶ୍ରିତ ଫଳଦାୟକ ରହିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ଆର୍ଥିକ କ୍ଷେତ୍ରରେ ଖର୍ଚ୍ଚ ବଢ଼ିପାରେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପନ୍ନ ହୋଇପାରେ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

ବୃଷ- ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। କର୍ମକ୍ଷେତ୍ରରେ ସଫଳତା ଓ ପ୍ରଶଂସା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା କରିପାରିବେ।

ମିଥୁନ- କାର୍ଯ୍ୟରେ ସତର୍କ ରହିବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ। ପରିବାରରେ ଛୋଟମୋଟ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ନିଜର କଥାବାର୍ତ୍ତା ଦ୍ୱାରା ଅନ୍ୟମାନଙ୍କ ମନ ଜିଣିପାରିବେ।

କର୍କଟ- ମନରେ ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିବ। କର୍ମକ୍ଷେତ୍ରରେ ଭଲ ଫଳ ମିଳିବ। ଧନଲାଭର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଜୀବନସାଥୀଙ୍କ ସହଯୋଗ ମନକୁ ଶାନ୍ତି ଦେବ।

ସିଂହ- ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି। ପରିବାରରେ ସଂଯମ ରଖି କଥାବାର୍ତ୍ତା କରନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି ନୂତନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପକାରୀ ହୋଇପାରେ।

କନ୍ୟା- ଦିନଟି ଶୁଭ ରହିବ। କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିବ। ଆର୍ଥିକ ଲାଭର ଯୋଗ ରହିଛି। ପରିବାରରେ ସୁଖଶାନ୍ତି ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁବାନ୍ଧବଙ୍କ ସହିତ ଭଲ ସମୟ ବିତାଇବେ। ଶିକ୍ଷାର୍ଥୀମାନେ ପାଠପଢ଼ାରେ ଭଲ ଫଳ ପାଇପାରନ୍ତି।

ତୁଳା- କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିପାରେ। ନୂତନ ଯୋଜନାରୁ ଲାଭ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଆନନ୍ଦ ଓ ଖୁସି ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସାମାଜିକ କାର୍ଯ୍ୟରେ ମାନସମ୍ମାନ ବଢ଼ିପାରେ। ପୁରୁଣା ସମସ୍ୟାର ସମାଧାନ ହେବାର ଆଶା ରହିଛି।

ବିଛା- ଦିନଟି ମିଶ୍ରିତ ରହିବ। କର୍ମକ୍ଷେତ୍ରରେ ଅଟକିଥିବା କାମ ସମ୍ପନ୍ନ ହୋଇପାରେ। ଧନଲାଭର ସମ୍ଭାବନା ରହିଛି। ପରିବାରରେ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ ବ୍ୟକ୍ତିଙ୍କ ସହିତ ପରିଚୟ ହୋଇପାରେ। ଜରୁରୀ କାର୍ଯ୍ୟରେ ଧୈର୍ଯ୍ୟ ଓ ସଂଯମ ରଖନ୍ତୁ।

ଧନୁ- ପ୍ରତ୍ୟେକ କାର୍ଯ୍ୟରେ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ କିଛି ବାଧା ଆସିପାରେ। ଅଯଥା ଖର୍ଚ୍ଚ ବଢ଼ିପାରେ। ପରିବାରରେ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ଓ ଯାତ୍ରା ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ଭଗବାନଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ।

ମକର- ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଉନ୍ନତି ଓ ସଫଳତା ମିଳିବ। ବ୍ୟବସାୟରେ ଲାଭ ହୋଇପାରେ। ପରିବାରରେ ସୁଖଶାନ୍ତି ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାର୍ଯ୍ୟ ପାଇଁ ଯୋଜନା ସଫଳ ହୋଇପାରେ। ଆତ୍ମୀୟଙ୍କଠାରୁ ଶୁଭ ଖବର ପାଇପାରନ୍ତି।

କୁମ୍ଭ- ମାନସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିବ। ଆର୍ଥିକ ଲାଭର ଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବନ୍ଧୁମାନଙ୍କ ସହଯୋଗରେ ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ମୀନ- ଦିନଟି ଶୁଭ ଫଳଦାୟକ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଧନଲାଭର ଯୋଗ ରହିଛି। ପରିବାରରେ ସ୍ନେହ ଓ ସହଯୋଗ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। ଶିକ୍ଷାର୍ଥୀମାନେ ପାଠପଢ଼ାରେ ଉନ୍ନତି କରିବେ। ଧାର୍ମିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ମିଳିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682