କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ସେ ଭବାନୀପୁର ସିଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୫ ହଜାର ୧୦୫ ଭୋଟରେ ହରାଇ ଇତିହାସ ରଚିଛନ୍ତି। ଏତେ ବଡ଼ ପ୍ରଭାବଶାଳୀ ନେତା ହୋଇଥିବାରୁ ସମସ୍ତେ ଭାବୁଥିବେ ତାଙ୍କ ପାଖରେ ବହୁତ ସଂପତ୍ତି ଥିବ। ହେଲେ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତିର ପରିମାଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ପଶ୍ଚିମବଙ୍ଗରେ ବିଜେପିକୁ ମଜବୁତ କରିବା ପଛରେ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଭୂମିକା ରହିଛି। କାରଣ ପଶ୍ଚିମବଙ୍ଗ ରାଜନୀତିରେ ତାଙ୍କର ସ୍ଥିତି ବେଶ ମଜବୁତ ରହିଛି। ସେ ଲଗାତାର ଦୁଇଟି ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ହରାଇଛନ୍ତି। ୫୫ ବର୍ଷୀୟ ଅଧିକାରୀଙ୍କ ବିଷୟରେ ଏବେ ସମସ୍ତେ ଜାଣିବାକୁ ଚାହାନ୍ତି। ତାଙ୍କ ପରିବାରରେ କିଏ କିଏ ଅଛନ୍ତି। ତାଙ୍କ ପାଖରେ କେତେ ସଂପତ୍ତି ରହିଛି।

Also Read: ଶୁଭେନ୍ଦୁ ଅଧିକାରୀ ବଙ୍ଗାଲର ନୂଆ ମୁଖ୍ୟମନ୍ତ୍ରୀ, ଅଗ୍ନିମିତ୍ରା ପଲ୍ ଓ ନିସିଥ ପରମାଣିକ ହେଲେ ଉପମୁଖ୍ୟମନ୍ତ୍ରୀ

ନା କାର ଅଛି ନା ସୁନା ଅଛି

୨୦୨୬ ନିର୍ବାଚନ ପାଇଁ ଦାଖଲ ହୋଇଥିବା ଆଫିଡେଭିଟ୍ (ସତ୍ୟପାଠ) ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନାହିଁ। ପିଜି କରିଥିବା ଶୁଭେନ୍ଦୁଙ୍କ ପାଖରେ ମୋଟ ପ୍ରାୟ ୮୫.୮୭ ଲକ୍ଷ ଟଙ୍କାର ସଂପତ୍ତି ରହିଛି। ଜାଣିଲେ ଆଶ୍ଚର୍ଯ୍ୟ ଲାଗିବେ ଯେ ତାଙ୍କ ନାମରେ କୌଣସି କାର୍ କିମ୍ବା ବିଳାସପୂର୍ଣ୍ଣ ଗାଡ଼ି ନାହିଁ। ଏପରିକି ତାଙ୍କ ପାଖରେ କୌଣସି ପ୍ରକାରର ସୁନା ଗହଣା ନଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ତାଙ୍କ ଉପରେ କୌଣସି ବ୍ୟାଙ୍କ ଋଣ ବା ଦେଣଦେୟ (Liabilities) ନାହିଁ।

ବ୍ୟାଙ୍କ ଖାତାରେ ଜମା କେତେ ରାଶି

ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ନିଜ ପାଖରେ ୧୨ ହଜାର ନଗଦ, ପିଏନବି, ଏସବିଆଇ ଓ ଆଇଡିବିଆଇ ସମେତ ଅନ୍ୟ ବ୍ୟାଙ୍କରେ ତାଙ୍କ ଖାତାରେ ପାଖାପାଖି ୭ ଲକ୍ଷ ଟଙ୍କାର ଜମା ଥିବା ସତ୍ୟପାଠରେ ଦେଇଥିଲେ। ବ୍ୟାଙ୍କ ଜମା ବ୍ୟତୀତ ଏନଏସଏସ, ପୋଷ୍ଟାଲ ସେଭିଙ୍ଗରେ ମଧ୍ୟ ଲକ୍ଷାଧିକ ଟଙ୍କାର ନିବେଶ ରହିଛି। ତାଙ୍କ ନାମରେ ଖୋଲା ହୋଇଥିବା ସେଭିଙ୍ଗ ଆକାଉଣ୍ଟରେ ୬୦ ହଜାର ଟଙ୍କା, କିଷାନ ବିକାଶ ପତ୍ର ଖାତାରେ ୨.୬୦ ଲକ୍ଷ ଟଙ୍କା, ଏନଏସସି ସାର୍ଟିଫିକେଟରେ ପ୍ରାୟ ୫ ଲକ୍ଷ ଟଙ୍କା ଜମା ଅଛି। ଏହା ବ୍ୟତୀତ ତାଙ୍କ ସେୟାର, ବଣ୍ଡସରେ ପ୍ରାୟ ୧୪ ହଜାର ଟଙ୍କା ରହିଛି।

Also Read: ‘ବିଜୟ ସରକାର’ ଗଠନ ପାଇଁ ରାସ୍ତା ସଫା, TVKକୁ ସମର୍ଥନ ଦେଲେ ୩ ଦଳ

ରହିଛି ଛଅଟି ଏଲଆଇସି ପଲିସି

ଶୁଭେନ୍ଦୁ ଅଧିକାରୀ ଗୋଟିଏ ନୁହେଁ ବରଂ ଛଅଟି ଏଲଆଇସି ପଲିସି ରହିଛି। ଆଉ ସମସ୍ତ ପଲିସି ଲାଇଫ ଇନସ୍ୟୁରାନ୍ସ କର୍ପୋରେସନର। ତାଙ୍କର ଗୋଟିଏ ଏଲଆଇସି ପଲିସିରେ ୬ ଲକ୍ଷ ଟଙ୍କା ଜମାଥିବା ବେଳେ ଅନ୍ୟ ପାଞ୍ଚ ପଲିସିକୁ ମିଶାଇ ମୋଟ୍ ୭ ଲକ୍ଷ ଟଙ୍କାର ନିବେଶ କରିଛନ୍ତି।ଏହା ବାଦ ତାଙ୍କର ଅନ୍ୟ କୌଣସି ନିବେଶ ନାହିଁ।

ମମତା ବାନାର୍ଜୀଙ୍କ ତୁଳନାରେ ସମ୍ପତ୍ତି

ରିପୋର୍ଟ ଅନୁଯାୟୀ, ଶୁଭେନ୍ଦୁଙ୍କ ସମ୍ପତ୍ତି ମମତା ବାନାର୍ଜୀଙ୍କ ଘୋଷିତ ସମ୍ପତ୍ତି (ପ୍ରାୟ ୧୫.୩୭ ଲକ୍ଷ ଟଙ୍କା) ତୁଳନାରେ ଅଧିକ ହେଲେ ମଧ୍ୟ, ଜଣେ ହେଭିୱେଟ୍ ନେତା ହିସାବରେ ଏହି ପରିମାଣ ବହୁତ କମ୍ ବୋଲି କୁହାଯାଉଛି। ତାଙ୍କର ଅଧିକାଂଶ ସମ୍ପତ୍ତି ବ୍ୟାଙ୍କ ଜମା, ବୀମା ପଲିସି ଏବଂ କିଛି ପୈତୃକ ଜମି ବାଡ଼ି ଆକାରରେ ରହିଛି।

Also Read: ମମତା ଇସ୍ତଫା ନ ଦେବାରୁ ରାଜ୍ୟପାଳଙ୍କ ଆକ୍ସନ, ଭଙ୍ଗ କଲେ ପଶ୍ଚିମବଙ୍ଗ ବିଧାନସଭା

ଆୟର ଉତ୍ସ

ଶୁଭେନ୍ଦୁ ନିଜର ଆୟର ମୁଖ୍ୟ ଉତ୍ସ ଭାବେ ବିଧାୟକ ଦରମା ଏବଂ ପୂର୍ବତନ ସାଂସଦ ଭତ୍ତା (Pension) କୁ ଦର୍ଶାଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ତାଙ୍କର ବାର୍ଷିକ ଆୟରେ ବୃଦ୍ଧି ଘଟିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ତାଙ୍କର ବାର୍ଷିକ ଆୟ ପ୍ରାୟ ୧୭.୩୮ ଲକ୍ଷ ଟଙ୍କା ଥିଲା।

ଶୁଭେନ୍ଦୁଙ୍କ ରାଜନୈତିକ କ୍ୟାରିୟର

ଶୁଭେନ୍ଦୁ ଅଧିକାରୀ ପୂର୍ବରୁ ସାଂସଦ ଏବଂ ରାଜ୍ୟର ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୧ ନିର୍ବାଚନରେ ମମତା ବାନାର୍ଜୀଙ୍କୁ ନନ୍ଦୀଗ୍ରାମ ଆସନରୁ ପରାସ୍ତ କରି ସେ ଜାତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। ଚଳିତ ୨୦୨୬ ନିର୍ବାଚନରେ ବିଜେପିର ବିଜୟରେ ତାଙ୍କର ପ୍ରମୁଖ ଭୂମିକା ରହିଛି ଏବଂ ସେ ଆସନ୍ତାକାଲି ମେ ୯ରେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।