କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନର ପ୍ରଭାବ ଏବେ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ଉପରେ ପଡ଼ିଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲିଙ୍କ ସୁରକ୍ଷାକୁ ଜେଡ୍ ବର୍ଗରୁ ହଟାଯାଇ ଓ୍ଵାଇ କାଟାଗୋରୀକୁ ଖସାଇ ଦିଆଯାଇଛି। ସୌରଭ ଗାଙ୍ଗୁଲି ସଂପ୍ରତି ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନର ସଭାପତି ଅଛନ୍ତି। ଉଲ୍ଲେଖନୀୟ ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ପରେ ଅନେକ ନେତା ଓ ସାଂସଦଙ୍କ ସୁରକ୍ଷାରେ ମଧ୍ୟ ହ୍ରାସ କରାଯାଇଛି। ୨୦୨୩ ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲିଙ୍କୁ ଓ୍ଵାଇ କାଟାଗୋରୀ ସୁରକ୍ଷା ମିଳିଥିଲା। ମାତ୍ର ମମତା ସରକାର ତାଙ୍କ ସୁରକ୍ଷା ବଢାଇ ଜେଡ୍ କାଟାଗୋରୀ କରିଥିଲେ।

ଅନେକ ପ୍ରକାର ଚର୍ଚ୍ଚା

ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷାରେ ହ୍ରାସ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଶୁଭେନ୍ଦୁ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ସ୍ଵତନ୍ତ୍ର ସୁରକ୍ଷା କେବଳ ସେହି ବ୍ୟକ୍ତିଙ୍କୁ ମିଳିବ, ଯାହାଙ୍କ ସୁରକ୍ଷାକୁ ନେଇ ବାସ୍ତବରେ ବିପଦ ଥିବା ଏଜେନ୍ସି ଜଣାଇବ। ପଶ୍ଚିମବଙ୍ଗର ସୁରକ୍ଷା ଏଜେନ୍ସି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲା। ଏହାରି ଆଧାରରେ ଗାଙ୍ଗୁଲିଙ୍କ ସୁରକ୍ଷା ଆବଶ୍ୟକତାକୁ ପୁନର୍ବାର ଆକଳନ କରାଯାଇ ଏବେ ସଂଶୋଧନ କରଅଯାଇଛି।

Also Read: ସୂର୍ଯ୍ୟକୁମାର ଯାଦବଙ୍କ ହାତରୁ ଖସିଲା ଅଧିନାୟକ ପଦ, ଏବେ ଦଳରେ ଜାଗା ମିଳିବା ମୁସ୍କିଲ

ଏବେ କେତେ ଜଣ ସୁରକ୍ଷାକର୍ମୀ ରହିବେ

ସୂଚନା ମୁତାବକ ସୌରଭଙ୍କୁ ୨୦୨୩ରେ ତତ୍କାଳୀନ ମମତା ବାନାର୍ଜୀ ସରକାର ଜେଡ୍ ଶ୍ରେଣୀର ସୁରକ୍ଷା ଉପଲବ୍ଧ କରାଇଥିଲେ। ସେହି ସମୟରେ ତାଙ୍କ ସୁରକ୍ଷାରେ ୩୦ରୁ ୩୫ ସୁରକ୍ଷା କର୍ମୀ ମୁୟତନ ହେଉଥିଲେ। ତାଙ୍କ କାରକେଡରେ ମଧ୍ୟ ପାଇଲଟ୍ ବାହାନ ସାମିଲ୍ ହେଉ। ଜେଡ ପ୍ଲସ କାଟାଗୋରୀରେ ୩୬ ସୁରକ୍ଷାକର୍ମୀ ମୁତୟନ ହୁଅନ୍ତି। ଏଥିରେ ୧୦ ଏସପିଜି ଏବଂ ଏନଏସଜି କମାଣ୍ଡୋ ଏବଂ ବାକି ରାଜ୍ୟ ପୋଲିସର ଯବାନ ରହିଥାନ୍ତି। ଅନ୍ୟପଟେ ଓ୍ଵାଇ ଶ୍ରେଣୀରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ହ୍ରାସ ପାଇ ୧୧ ରହିଥାଏ। ଏଥିରେ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସାମିଲ୍ ହୋଇଥାଏ।