ନୂଆଦିଲ୍ଲୀ,୦୬।୧୧: ଆଲୋକର ପର୍ବ ଦୀପାବଳି । ଏହି ପର୍ବ ସୁଖ,ସମୃଦ୍ଧି ଆଣେ ।ଦୀପାବଳୀର ପର୍ବ ଆସିବା ମାତ୍ରେ କର୍ମଚାରୀଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଠେ, ଏଥର ଆମକୁ କ'ଣ ମିଳିବ ? ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ କମ୍ପାନୀ ଆଇଫୋନ-୧୬କୁ ଦୀପାବଳି ଉପହାର ଭାବେ ଦିଏ ତେବେ କେତେ ମଜା ଆସିବ କୁହନ୍ତୁ ତ ? କର୍ମଚାରୀଙ୍କ ଏହି ସ୍ୱପ୍ନକୁ ଦିଲ୍ଲୀର ଏକ କମ୍ପାନୀ ପୂରଣ କରିଛି । ଦୀପାବଳିରେ ଅନେକ ବଡ଼ ବଡ଼ କମ୍ପାନୀ ତାର କର୍ମଚାରୀଙ୍କୁ ଉପହାର ଦେଇଥାନ୍ତି । ଦୀପାବଳିରେ ସମସ୍ତ କମ୍ପାନି ନିଜ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ଉପହାର ଦେଇଥାନ୍ତି । ତଥାପି, ଅନେକ କମ୍ପାନୀରେ ବୋନସ ମଧ୍ୟ ଦିଆଯାଏ । ଆପଣ ଜାଣି ଅଶ୍ଚର୍ଯ୍ୟ ହେବେ ଦିଲ୍ଲୀର ଏକ କମ୍ପାନି ଦୀପାବଳି ଅବସରରେ କର୍ମଚାରୀଙ୍କୁ ଦେଇଥିବା ଉପହାରକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । କମ୍ପାନୀ ଏହି ନିଆରା ଭେଟି ଦେଇ ସୋସିଆଲ ମିଡିଆରେ ପ୍ରାଧ୍ୟାନ୍ୟ ବିସ୍ତାର କରିଛି ।

ରୋହିଣୀ ସ୍ଥିତ ଏହି କମ୍ପାନି କର୍ମଚାରୀଙ୍କୁ ଆଇଫୋନ୍-୧୬ ଉପହାର ଦେଇଛି । ଏହି ଖାସ୍ ସରପ୍ରାଇଜ୍ ଭିଡିଓକୁ କମ୍ପାନି ନିଜ ଔପଚାରିକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛି । ଏଥିରେ ଅଫିସ୍ର କର୍ମଚାରୀଙ୍କ ଟେବଲରେ ନୂଆ ଆଇଫୋନ୍ ରଖାଯାଇଛି । ଫୋନ୍ ସବୁକୁ ରଙ୍ଗୀନ ରିବନ୍ରେ ସଜାଯାଇଛି । ଭିଡିଓରେ ଧଳା, ସବୁଜ, ନୀଳ ଓ କଳା ରଙ୍ଗର ଆଇଫୋନ୍ ଦେଖିବାକୁ ମିଳିଛି । ଏହା ଦେଖି କର୍ମଚାରୀ ଖୁବ୍ ଖୁସି ହେଉଛନ୍ତି । ଭିଡିଓକୁ ନେଇ ପ୍ରତିକ୍ରିୟା ଆସୁଛି । କର୍ମଚାରୀଙ୍କୁ ଖୁସି କରିବାର ଏହା ଦମ୍ଦାର ତରିକା ବୋଲି ୟୁଜର୍ କହିଛନ୍ତି । କିଛି ଏହାକୁ ଏଆଇ ଦ୍ୱାରା ପ୍ରସ୍ତୁତ ଭିଡିଓ ମନେ କରିଥିଲେ । କିନ୍ତୁ କମ୍ପାନି ଏହାକୁ ଅସଲି ବୋଲି ସ୍ପଷ୍ଟ କରିବା ପରେ ବିଶ୍ୱାସ ହେଲା । କମ୍ପାନୀ ଦେଇଥିଲେ ଆଇଫୋନ୍-୧୬ରେ ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ ।

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଜୋରସୋର୍ ଭାଇରହାଲ୍ ହେଉଛି ।କିଛି ଲୋକ ପ୍ରଥମେ ଭାବିଥିଲେ ଯେ ଭିଡିଓ ବାସ୍ତବ ନୁହେଁ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସାହାଯ୍ୟରେ ତିଆରି କରାଯାଇଛି । ତେବେ ଏଭଳି ମନ୍ତବ୍ୟର ଜବାବ ଦେଇ କମ୍ପାନୀ କହିଛି ଏହି ଭିଡ଼ିଓ ଏଆଇରେ ତିଆରି ହୋଇନାହିଁ ।ଏହାକୁ ଦେଖି ଜଣେ ୟୁଜର ମଜାଳିଆ ଢଙ୍ଗରେ କହିଛନ୍ତିଯେ, ଦୀପାବଳିରେ ଏଭଳି ଭିଡିଓ ଦେଖିବା ପରେ ମୁଁ ଇନଷ୍ଟାଗ୍ରାମ ଚଳାଇବାକୁ ଇଚ୍ଛା କରେ ନାହିଁ କାରଣ ଅନ୍ୟମାନଙ୍କ ଉପହାର ଦେଖି ଇର୍ଷା ହେବ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମହିଳା କର୍ମଚାରୀଙ୍କୁ ଆଇଫୋନ୍ ମିଳିଥିବା ବେଳେ ପୁରୁଷ କର୍ମଚାରୀଙ୍କୁ ସୁନା ମୁଦ୍ରା ଦିଆଯାଇଛି । ଏଥି ସହିତ ଅନ୍ୟ ଜଣେ ୟୁଜର କହିଛନ୍ତି ଯେ, ସେ ତାଙ୍କ କମ୍ପାନୀରୁ ସୋନ୍ ପାମ୍ପଡ଼ି ଡବା ଟିଏ ବି ପାଇନାହାନ୍ତି ।