ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ କୋଚ୍ ଗ୍ରେଗ୍ ଚ୍ୟାପେଲ ୧୫ ବର୍ଷ ବୟଷ୍କ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଆଗକୁ ବଢିବା କ୍ରିକେଟ ଲାଗି ବିପଦଜନକ ବୋଲି କହିଛନ୍ତି। ଚ୍ୟାପେଲ କହିଛନ୍ତି ଯେ କିଶୋର କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନରେ ସେ ବେଶ୍ ପ୍ରଭାବିତ, ହେଲେ ସେ ଟି-୨୦ କ୍ରିକେଟର ଅଭାବକୁ ମଧ୍ୟ ଉଜାଗର କରିଛନ୍ତି। ଚ୍ୟାପେଲ ଇଏସପିଏନ କ୍ରିକଇନଫୋ ଲାଗି ତାଙ୍କ ସ୍ତମ୍ବରେ ଲେଖିଛନ୍ତି ଯେ ଆଧୁନିକ ଟି-୨୦ କ୍ରିକେଟ ଅନେକାଂଶରେ ବ୍ୟାଟସ୍ ମ୍ୟାନଙ୍କ ପକ୍ଷଧର ହେଉଛି, ଯେଉଁଥି ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ ପ୍ରାୟ ଦିନ ଦେଖିବାକୁ ମିଳୁଛି।

ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ବେଶ୍ ତାରିଫ ମଧ୍ୟ କରିଛନ୍ତି। ବୈଭବ ଆଇପିଏଲ ସିଜନରେ ୭୭୬ ରନ କରି ଅରେଞ୍ଜ କ୍ୟାପ୍ ହାସଲ କରିଛନ୍ତି। ଚ୍ୟାପେଲ ତାଙ୍କ ସ୍ତମ୍ବରେ ଲେଖିଛନ୍ତିଯେ ମାତ୍ର ୧୫ ବର୍ଷ ବୟସରେ ବୈଭବ ଟୁର୍ଣ୍ଣାମେଣ୍ଟରେ ନା କେବଳ ନିଜର ପରିଚୟ ସୃଷ୍ଟି କରିଛନ୍ତି ବରଂ ନିଜ ଆଧିପତ୍ୟ ମଧ୍ୟ ବିସ୍ତାର କରିଛନ୍ତି। ୨୩୭.୩ ଷ୍ଟ୍ରାଇକ୍ ହାରରେ ତାଙ୍କର ୭୭୬ ରନ ଦିଗ୍ଜ ବଲୋରଙ୍କ ହତାସ କରିଛି। ଗୋଟିଏ ସିଜନରେ ସବୁଠୁ ଅଧିକ ଛକ୍କା ମାରି ବୈଭବ ତାଙ୍କ ଦକ୍ଷତାକୁ ବେଶ୍ ସାବ୍ୟସ୍ତ କରିଛନ୍ତି।

ତେବେ ଚ୍ୟାପେଲ ଲେଖିଛନ୍ତି ଯେ ଏଭଳି ପ୍ରଦର୍ଶନ ସେ ପର୍ଯ୍ୟନ୍ତ ସମ୍ଭବ ନୁହେଁ ଯେଉଁ ପର୍ଯ୍ୟନ୍ତ ଖେଳ ବ୍ୟାଟସ୍ ମ୍ୟାନଙ୍କ ଲାଗି ସହାୟକ ହେଉଥାଏ। ସେ ଲେଖିଛନ୍ତି ଯେ ଯଦି କୌଣସି ପିଲା ଯାହାର ନିଜର ଶାରୀରିକ ବିକାଶ ପୁରଣ ହେବା ଆଗରୁ ବୈଶ୍ୱିକ ସ୍ତରକୁ ପହଞ୍ଚିଯାଏ । ବିନା ପ୍ରୟାସରେ ଅନ୍ତର୍ଜାତୀୟ ବଲୋରଙ୍କ ଧଜ୍ଜିୟା ଉଡାଇବା ଦ୍ୱାରା ଖେଳର ବ୍ୟବସ୍ଥାଗତ ବେମାରୀକୁ ଉଜାଗର କରୁଛି। ଚ୍ୟାପେଲ ଲେଖିଛନ୍ତି ଯେ ଖେଳର ସନ୍ତୁଳନ ସେତେବେଳେ ଆହୁରି ବିଗିଡିଗଲା ଯେତେବେଳେ ଆଇପିଏଲରେ ଇମ୍ପାକ୍ଟ ପ୍ଲେୟରର ପରିଚୟ ହେଲା। ଏଣୁ ଟିମ୍ କୁ ଅତିରିକ୍ତ ବିଶେଷଜ୍ଞ ବ୍ୟାଟସ୍ ମ୍ୟାନଙ୍କୁ ଖେଳାଇବାର ସୁଯୋଗ ମିଳିଲା।

ଗ୍ରେଗ୍ ଚ୍ୟାପେଲ ଚେତାବନୀ ଦେଇଛନ୍ତି ଲେଖିଛନ୍ତି ଟି-୨୦ ପ୍ରଦର୍ଶନୀ ସେହି ଯାଗାକୁ ଯାଉଛି ଯେଉଁଠି ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିବ। ଏଣୁ ଚ୍ୟାପେଲ ପରାମର୍ଶ ଦେଇଛନ୍ତି ବ୍ୟାଟିଂ ଟିମ୍ ୱିକେଟ୍ ୧୦ରୁ ହ୍ରାସ କରି ୬ କରିଦିଆଯାଉ। ସେ କହିଛନ୍ତି ଯେ ଆଧୁନିକ ଟିମମାନେ ୱିକେଟକୁ ଡିସ୍ପୋଜାଲ ଭଳି ରଖୁଛନ୍ତି। ଏଥିରେ ଯଦି ୬ ୱିକେଟର ଲିମିଟ୍ ଲଗାଦିଆଯାଏ ତେବେ ୱିକେଟ ଭାଲ୍ୟୁ ବଢିବ। ଏଣୁ ଟିମ୍ ମାନେ ବୁଝିବିଚାରୀ ପଦକ୍ଷେପ ନେବେ।

ସେହିପରି ଚ୍ୟାପେଲ ତାଙ୍କ ପରାମର୍ଶରେ ଟି-୨୦ ପିଚ୍ ରେ ଅନୁନ୍ୟ ୩ ଏମଏମର ଘାଷ ରହୁ, ଯାହାଦ୍ୱାରା ସ୍ୱିଙ୍ଗ ମିଳିବ ଓ ଦ୍ରୁତ ବୋଲରଙ୍କୁ ପର୍ଯ୍ୟାପ୍ତ ପିଚ୍ ମିଳିବ। ଏହା ସହିତ ସେ ଦୁଇଟି ଅଲଗା ଅଲଗା ପିଚ୍ ପରାମର୍ଶ ମଧ୍ୟ ଦେଇଛନ୍ତି। ଏଥିରୁ ଗୋଟିଏକୁ ଘାଷର ଓ ଅନ୍ୟଟିକୁ ଶୁଷ୍କ ରହିବ। ଏହା ଦ୍ୱାରା ରଣନୀତିରେ ପରିବର୍ତ୍ତନ ଆସିବ। ସେହିପରି ସେ ଏଲବିଡବ୍ଲୁ ନିୟମ ପରିବର୍ତ୍ତନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।