ନୂଆଦିଲ୍ଲୀ ୧୭।୦୯ : ପୁଣି ଘୁଞ୍ଚିଲା ଶୁଣାଣି । DGP ମାମଲାରେ ପୁଣି ଘୁଞ୍ଚିଲା ସୁପ୍ରିମ ଶୁଣାଣି । ଆସନ୍ତା ୨୨ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ଆଜିର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଏବଂ ଡିଜି ଚୟନ ସମ୍ପୂର୍ଣ୍ଣ ଆଇନ ସମ୍ପନ୍ନ । ଏଥିରେ କୌଣସି ବ୍ୟତିକ୍ରମ ହୋଇ ନାହିଁ ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ ।

ଡିଜିପି ଭାବେ କିଏ ନିଯୁକ୍ତି ପାଇବେ ତାହା ସରକାରଙ୍କ ଶେଷ ନିଷ୍ପତ୍ତି। ଏଥିରେ କୌଣସି ଅଫିସରଙ୍କ ଅଧିକାର ଦାବି କରିବା ଅବାଞ୍ଚନୀୟ । କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଏ ମାମଲାକୁ ରାଜନୈତିକ ଉଦ୍ଧେଶ୍ୟ ରଖି ମାଲାଲା ସୂତ୍ରପାତ୍ କରିଛନ୍ତି ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଏଥିରେ ଅଫିସର୍ ଙ୍କ ନାମ ସୁପାରିଶ ବାବଦରେ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଧିଷ୍ଟ ଆଧାର ନିରୂପଣ କରି ନାହାନ୍ତି। ରାଜ୍ୟ ସରକାର ସମସ୍ତ ଅଯୋଗ୍ୟ ଅଧିକାରୀ ନାମ UPSCଙ୍କୁ ସୁପାରିଶ କରିଥିଲେ। DGP ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି AG।

Also Read:-ପ୍ରିୟଙ୍କାଙ୍କୁ କରୁଥିଲେ ଅପହରଣ, ମାଡ଼଼ିବସିଲେ ଗାଁ ଲୋକେ