ଭୁବନେଶ୍ୱର ୦୫।୦୩ : ନାମାଙ୍କନ ଭରିଲେ ମନମୋହନ ସାମଲ ଏବଂ ସୁଜିତ କୁମାର । ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଭରିଲେ ବିଜେପିର ଦୁଇ ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥୀ ନାମାଙ୍କନ ଭରିଲେ ।

ରାଜ୍ୟରେ ଏବେ ରାଜ୍ୟସଭା ନିର୍ବାଚନର ମାହୋଲ । ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଥିଲା ଶେଷ ଦିନ । ଏହି କ୍ରମରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ସବୁ ଦଳ ମଧ୍ୟରେ ଚାଲିଛି ଛକାପଞ୍ଝା । ଗୁରୁବାର ସକାଳେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ କମନ କ୍ୟାଣ୍ଡିଡେଟ୍‌ ଡ. ଦତ୍ତେଶ୍ୱର ହୋତା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଏବେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ଦୁଇ ନେତା ପ୍ରଥମେ ଭୁବନେଶ୍ୱର ସ୍ଥିତ ରାମମନ୍ଦିର ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଲୋଡିଥିଲେ । ଏହାପରେ ବିରାଟ ପଟୁଆରାରେ ଉଭୟ ନେତା ଯାଇ ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଥିଲେ 

ଏ ଖବର ବି ପଢନ୍ତୁ:- ଏକାଠି ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତା, ଏକାଠି ଥିଲେ ବିଜେଡି-କଂଗ୍ରେସ ନେତା