ନୂଆଦିଲ୍ଲୀ: ବ୍ରିଟେନର ରାଜକୀୟ ପରିବାର ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ବ୍ରିଟେନର ପ୍ରିନ୍ସ ଓ୍ଵିଲିୟମ ଓ ତାଙ୍କ ପତ୍ନୀ କେଟ୍ ମିଡଲଟନ ନଭେମ୍ବର ୧୬ରେ ତିନି ଦିନିଆ ଗସ୍ତରେ ମୁମ୍ବାଇ ପହଞ୍ଚିବେ। ୨୦୨୨ ପରେ ଦମ୍ପତିଙ୍କ ଏହା ପ୍ରଥମ ବିଦେଶ ଗସ୍ତ। ୨୦୨୪ରେ କେଟ୍ ମିଡଲଟନ କ୍ୟାନ୍ସରରେ ପୀଡ଼ିତ ହେବା ପରେ ଏହା ତଙ୍କର ପ୍ରଥମ ରାଜକୀୟ ଗସ୍ତ।

ରାଜକୀୟ ପରିବାରର ଭାରତ ଗସ୍ତ

ସୂଚନାଯୋଗ୍ୟ, କେସିଙ୍ଗଟନ ପ୍ୟାଲେସ୍ ନଭେମ୍ବର ୧୪ରେ ଏହି ଗସ୍ତ ବିଷୟରେ ସୂଚନା ଦେଇଛି। ପ୍ୟାଲେସ୍ ଅନୁଯାୟୀ, ପ୍ରିନ୍ସ ଓ୍ଵିଲିୟମ ଓ କେଟ୍ ମିଡଲଟନ ନଭେମ୍ବର ୧୭ରେ ଅର୍ଥସଟ୍ ପ୍ରାଇଜ ପୁରସ୍କାର ସମାରୋହରେ ଯୋଗ ଦେବେ। ଏହା ବାଦ୍ ପରିବେଶ ସୁରକ୍ଷା ପାଇଁ ଜାରି ନୂଆ ପ୍ରୟାସ ଓ ଭାରତ-ବ୍ରିଟେନ ସଂପର୍କକୁ ମଜବୁତ କରିବା ସଂପର୍କିତ କାର୍ଯ୍ୟକ୍ରମରେ ସାମିଲ୍ ହେବେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ନୂଆ ପ୍ରଯୁକ୍ତିବିଦ୍ୟା, ପରିବେଶ ସୁରକ୍ଷା, ଯୁବ ପିଢିଙ୍କ ନେତୃତ୍ଵ ଓ ଭାରତ-ବ୍ରିଟେନ ମଧ୍ୟରେ ଦୀର୍ଘ ସମୟରୁ ଚାଲି ଆସିଥିବା ମଧୁର ସଂପର୍କୁ ଆଗକୁ ବଢାଇବା। ଏହି ଗସ୍ତରେ ପ୍ରିନ୍ସ ଓ୍ଵିଲିୟମ ଓ କ୍ୟାଟ୍ ମିଡଲଟନ ଭାରତୀୟ କ୍ରିକେଟ୍, ସିନେମା ଓ ଫ୍ୟାଶନ ସଂପର୍କିତ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି।

Also Read: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ: ସୁଧୁରିପାରେ କି ସମ୍ପର୍କ ?

କ୍ୟାନ୍ସରକୁ ମାତ୍ ଦେବା ପରେ ପ୍ରଥମ ରାଜକୀୟ କାର୍ଯ୍ୟକ୍ରମ

୨୦୨୨ ଡିସେମ୍ବର ପରେ କେଟ୍ ମିଡଲଟନଙ୍କ ଏହା ପ୍ରଥମ ରାଜକୀୟ ଗସ୍ତ। ଏହା ପୂର୍ବରୁ ସେ ପ୍ରିନ୍ସ ଓ୍ଵିଲିୟମଙ୍କ ସହ ଆମେରିକାର ବୋଷ୍ଟନ ସହର ଯାଇଥିଲେ। ହେଲେ ଏହା ପରେ ସିଙ୍ଗାପୁର, କେପଟାଉନ ଓ ରିୟୋ ଡି ଜେନେରିଓରେ ଆୟୋଜିତ ରାଜକୀୟ ସମାରୋହରେ ସେ ଯୋଗ ଦେଇ ପାରି ନ ଥିଲେ। କେଟ୍ ମିଡଲଟନ ୨୦୨୪ ଜାନୁଆରୀରେ ପେଟର ସର୍ଜରୀ କରାଇଥିଲେ। ଏହା ପରେ ସେହି ବର୍ଷ ମାର୍ଚ୍ଚରେ ତାଙ୍କୁ କ୍ୟାନ୍ସର ହୋଇଥିବା ସୂଚନା ଦେଇଥିଲେ। ଚିକିତ୍ସା ପାଇଁ ସେ କିମୋଥେରାପି କରାଇଥିଲେ ଏବଂ ଏହି ସମୟରେ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ଏହା ପରେ ଧିରେ ଧିରେ ସେ ସୁସ୍ଥ ହେବାରେ ଲାଗିଲେ।