ଫୁଲବାଣୀ: ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାକୁ କୁନି ଭଉଣୀ ସୁଭଦ୍ରା ରାଖୀ ବାନ୍ଧିଛି। ଜଗା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କୋଠରୀରେ ରହି ଚିକିତ୍ସିତ ହେଉଛି। ତା' ସହ ବାପା ଭୂୟାଁ କହଁର, ମାଆ ପୁଷ୍ପାଞ୍ଜଳି ଏବଂ କୁନି ଭଉଣୀ ସୁଭଦ୍ରା ମଧ୍ୟ ରହୁଛି। ଶୁକ୍ରବାର ସେଠାରେ ଜଗା ହାତରେ ସୁଭଦ୍ରା ରାଖୀ ବାନ୍ଧିଥିଲା। ଭଉଣୀ ସୁଭଦ୍ରା ସ୍ନେହରେ ଭାଇକୁ ପୂଜାର୍ଜନା କରି ରାଖୀ ବାନ୍ଧିବା ପରେ ମିଠା ଖୁଆଇଥିଲା।

also read- Horoscope Today : ଅଗଷ୍ଟ ୨୯ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ସୂଚନାଯୋଗ୍ୟ କି, ଜଗାର ବସ୍ଥା ସ୍ଥିର ରହିଛି। ସେ ସବୁ କାର୍ଯ୍ୟ ସାମାନ୍ୟ ଭାବେ କରୁଛି। କିନ୍ତୁ ମୁଣ୍ଡରେ ଦ୍ଵିତୀୟ ଅପେରସନ କରି ହେଲ୍ମେଟ୍ ବାହାର କରାଯିବା ବାକି ରହିଛି। ବୟସ ବଢୁଥିଲେ ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇ ନ ଥିବାରୁ ପାଠ ପଢ଼ିପାରୁନି। ଏହାକୁ ନେଇ ଆମେ ଚିନ୍ତାରେ ଅଛୁ ବୋଲି କହିଛନ୍ତି ମା’ ପୁଷ୍ପାଞ୍ଜଳି।