ଭୁବନେଶ୍ୱର ୧୪।୦୪ : ‘ସୁଭଦ୍ରା’ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆହୁରି ୫ ଦିନ ବଢିପାରେ ସୁଭଦ୍ରା ପଞ୍ଚିକରଣର ଅବଧି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମୁତାବିକ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା, ଯୁବତୀମାନେ ସୁଭଦ୍ରାରେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ। କିନ୍ତୁ ଯେଉଁ ମହିଳା ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାଁନ୍ତି, କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣ କରାଯିବନାହିଁ । ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର (ସିଏସସି) ଏବଂ ଆମ ସେବା କେନ୍ଦ୍ର (ଏଏସ୍କେ) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜିକୃତ କରାଯିବ। ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ଦିଆଯିବ।

Also Read:-ମାମୁ-ଭଣଜାକୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୪୦୦ ମିଟର ଯାଏଁ ନେଲା ଘୋଷାଡ଼ି...

ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ପଞ୍ଜିକରଣ ଅବଧି ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଅପ୍ରେଲ ୧ ରୁ ୩୦ ନୂଆ ହିତାଧିକାରୀମାନେ ନୂଆ କରି ଆପ୍ଲିକେସନ ଦେବେ। ଆବେଦନକାରୀଙ୍କ ସଂଖ୍ୟା ବହୁତ କମ ଅଛି କିନ୍ତୁ ସମୟ ପର୍ଯ୍ୟାପ୍ତ ଅଛି। ଯେଉଁମାନଙ୍କୁ ନୂଆ କରି ୨୧ ବର୍ଷ ହେଉଛି, ସେମାନେ ଆବେଦନ କରିବେ। ଟେକ୍ନିକାଲ ଅସୁବିଧା ଯଦି କେଉଁଠି ହେଉଛି, ତାହେଲେ ଆମେ ଆଉ ୫ ଦିନ ସମୟ ଅବଧି ବଢା଼ଇଦେବୁ।

Watch Video:-

​​​​​​​