ନୂଆଦିଲ୍ଲୀ ୧୯।୦୩; ଅବିବାହିତ ପୁରୁଷଙ୍କ ତୁଳନାରେ ଅଧିକ ଖୁସି ଓ ବିନ୍ଦାସ ଜୀବନ ବଞ୍ଚିଥାନ୍ତି ଅବିବାହିତା ମହିଳା। କିନ୍ତୁ ପୁରୁଷମାନେ ଏକଲାପଣ ଅନୁଭବ କରିବା ସହ ଖରାପ ସ୍ୱାସ୍ଥ୍ୟର ଶିକାର ହୋଇଥାନ୍ତି। ଯାହାକି ସମାଜର ପାରମ୍ପରିକ ଭାବନାଠାରୁ ଠିକ୍ ବିପରୀତ । ଏନେଇ ଆମେରିକୀୟ ମନୋବିଜ୍ଞାନୀ ଏହି ଖୁଲାସା କରିଛନ୍ତି। ସାଧାରଣତଃ ପୁରୁଷମାନେ ସମ୍ପର୍କରେ ରହିବାକୁ ବେଶୀ ଗୁରୁତ୍ୱ ଦେଉଥିବା ବେଳେ ମହିଳାମାନେ ସାମାନ୍ୟ ରହିଥାନ୍ତି । ବିବାହ ପୁରୁଷଙ୍କ ସ୍ୱାସ୍ଥ୍ୟ, ସେମାନଙ୍କ କର୍ମମୟ ଜୀବନ ଏବଂ ଦୀର୍ଘ ଜୀବନ ପାଇଁ ଖୁବ୍ ସହାୟକ ହୋଇଥାଏ ।

କିନ୍ତୁ ମହିଳାମାନଙ୍କଠାରେ ବିବାହର ସେତେଟା ଫାଇଦା ଦେଖିବାକୁ ମିଳି ଥାଏ । ସେଥିପାଇଁ ପ୍ରାୟ କ୍ଷେତ୍ରରେ ମହିଳାମାନେ ହିଁ ପ୍ରଥମେ ବିବାହ ଭାଙ୍ଗିବାର କଥା ଉଠାଇଥାନ୍ତି। ମନୋବିଜ୍ଞାନୀଙ୍କ ମତରେ ଯେଉଁ ମହିଳାମାନେ ଅବିବାହିତା ସେମାନେ ମାନସିକ ଓ ଶାରୀରିକ ଭାବେ ଅଧିକ ସୁସ୍ଥ । କିନ୍ତୁ ପୁରୁଷଙ୍କ କ୍ଷେତ୍ରରେ ଠିକ୍ ଓଲଟା । ଅବିବାହିତ ପୁରୁଷମାନେ ଏକଲାପଣ, ଖରାପ ସ୍ୱାସ୍ଥ୍ୟ ଓ ଶୀଘ୍ର ସ୍ୱାସ୍ଥ୍ୟହାନୀର ଶିକାର ହୋଇଥାନ୍ତି । ଅନେକ ଗବେଷଣାରୁ ଜଣାପଡିଛି ମହିଳାମାନେ ଏକା ରହିବା ଦ୍ୱାରା ଅଧିକ ଖୁସି ରହିଥାନ୍ତି । ବିବାହ ସଫଳ ନ ହେଲେ ମଧ୍ୟ ପୁରୁଷମାନେ ସମ୍ପର୍କରେ ରହିବାକୁ ଚାହିଁଥାନ୍ତି ।

ବାଧ୍ୟବାଧକତାରେ ସମ୍ପର୍କ ବଞ୍ଚିଥାନ୍ତି: କେତେକ ପୁରୁଷ କେବଳ ପିଲାମାନଙ୍କ ଦେଖାଶୁଣା ପାଇଁ ବିବାହର ସମ୍ପର୍କକୁ ତୁଲାଇଥାନ୍ତି । କାରଣ ସେମାନଙ୍କୁ ଡର ଥାଏ, ଯେ ଯଦି ବୈବାହିକ ସମ୍ପର୍କ ଭାଙ୍ଗିଯାଏ, ତେବେ ପିଲାମାନେ କଷ୍ଟ ପାଇବେ । ଗବେଷଣାରୁ ଜଣାପଡିଛି ପୁରୁଷ ସ୍ତ୍ରୀଠାରୁ ଅଲଗା ହେବା ବେଳେ ଘରକୁ କେବଳ ଏକ ଜାଗା ଭାବେ ନୁହେଁ, ବରଂ ଭାବନା, ସମ୍ପର୍କ ଓ ଅଭ୍ୟାସକୁ ଯୋଡ଼ି ଦେଖିଥାନ୍ତି । ସେ ପିଲାଙ୍କ ପାଇଁ ସ୍ନେହର ମାହୋଲ ତିଆରି କରିବାକୁ ଚାହେଁ । ତଥାପି କେଉଁଟାରେ ଅଭାବ ଅନୁଭବ କରିଥାଏ । ଅନେକ ସମୟରେ ପିଲାମାନେ ବାପାଙ୍କ ଘରକୁ ସେତେଟା ଆପଣାର ମାନି ନଥାନ୍ତି, ଯେତିକି ମା’ର ଘରକୁ ନିଜର ଭାବିଥାନ୍ତି । ବାପା ସବୁ କରିବା ସତ୍ତେ୍ୱ ମଧ୍ୟ ପିଲା ତାଙ୍କୁ କମ୍ ଖାତିର୍ କରିଥାନ୍ତି । ତେଣୁ ତାଙ୍କୁ ଏକଲାପଣ ଅନୁଭବ ହୋଇଥାଏ । ଏହି କାରଣରୁ ପୁରୁଷଟିଏ ଭିତରୁ ଭାଙ୍ଗିବା ସତ୍ତ୍ଵେ ମଧ୍ୟ ସମ୍ପର୍କରେ ରହିଥାନ୍ତି ।

ପୁରୁଷଙ୍କୁ ଡରାଏ ଏକଲାପଣ: ଯଦି ବିବାହ ଭାଙ୍ଗିଥାଏ, ପୁରୁଷକୁ ଏକଲାପଣ ଡରାଇଥାଏ । ସମ୍ପର୍କ ଭାଙ୍ଗିଲେ ସେମାନଙ୍କୁ ସବୁକିଛି ଚାଲିଗଲା ପରି ଲାଗିଥାଏ । ଗବେଷଣାରୁ ଜଣାପଡିଛି ଯେ ବିବାହ ବିଚ୍ଛେଦ ପରେ ବୟସ୍କ ଲୋକମାନେ ସ୍ୱାଧୀନତା ଓ ଏକଲାପଣକୁ ଅନୁଭବ କରିଥାନ୍ତି । ଏକଥା ମଧ୍ୟ ଜଣାପଡିଛି ଯେ ବିବାହ ବିଚ୍ଛେଦ ପରେ ପୁରୁଷମାନେ ବିବାହ ପାଇଁ ବେଶୀ ବ୍ୟସ୍ତ ହୋଇଥାନ୍ତି । କିନ୍ତୁ ମହିଳା ଏହାଠାରୁ ଦୂରେଇବାକୁ ଚାହାନ୍ତି । କାରଣ ସେମାନେ ଭାବନା ପାଇଁ ବିବାହକୁ ଉପରେ ନିର୍ଭର କରିଥାନ୍ତି । ଅନ୍ୟ ଏକ ଗବେଷଣା ଅନୁସାରେ ସ୍ୱାମୀମାନେ ନିଜର ଭାବନାକୁ ଚାପି ରଖିବା ଦ୍ୱାରା ବୈବାହିକ ଜୀବନରେ କମ୍ ଖୁସି ହୋଇଥାନ୍ତି । ଖୁସି କମିବା ଦ୍ୱାରା ପରସ୍ପରଙ୍କ ମଧ୍ୟରେ ଦୂରତା ବଢିଥାଏ ।

Also Read-Smartphone Effect on Brain | ଅତ୍ୟଧିକ ମୋବାଇଲ୍ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ମସ୍ତିଷ୍କ ଉପରେ ପଡୁଛି କିପରି ପ୍ରଭାବ