ଭୁବନେଶ୍ୱର ୨୪।୧୦ : ବଙ୍ଗୋପସାଗରରେ ବାତ୍ୟା ରୂପ ନେଉଛି ଲଘୁଚାପ । ଏବେ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ଥିବା ବେଳେ ଆଜି ଅବପାତ ରୂପ ନେବା ସମ୍ଭାବନା ରହିଛି । ୨୬ ତାରିଖ ବେଳକୁ ଆଣ୍ଡାମାନସାଗରରେ ବାତ୍ୟା ସୃଷ୍ଟି ହୋଇ ୨୭ ତାରିଖ ବେଳକୁ ଏହା ଏକ ଶକ୍ତିଶାଳୀ ରୂପ ନେବ। ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ନେଇପାରେ।

ବିଭିନ୍ନ ପାଣିପାଗ ମଡେଲ୍ ବାତ୍ୟାର ଭିନ୍ନ ଭିନ୍ନ ରୂପ ଦେଖାଉଛନ୍ତି । ଏହା ୨୮ ସକାଳେ କିମ୍ବା ଦିନବେଳା ଆନ୍ଧ୍ର ଉପକୂଳରେ କାକିନାଡ଼ାରେ ମାଡ଼ ହେବା ପୂର୍ବାନୁମାନ କରାଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୪୦ କିମି ଡେଇଁପାରେ ବୋଲି ୟୁରୋପୀୟ ପାଣି ପାଣିପାଗ ସଂସ୍ଥା ECMWF କହୁଛି । ଏହା ବିଶାଖାପାଟଣାର ଦକ୍ଷିଣରେ ମାଡ଼ ହେବା ନେଇ ECMWF ଆକଳନ କରିଛି।

Also Read:-ଶସ୍ତା ହେଲା ମ୍ୟାଲେରିଆ ଭ୍ୟାକ୍ସିନ: ୪୦% ପର୍ଯ୍ୟନ୍ତ କମିଲା ଦର

ସେହିପରି ପାଣିପାଗ ମଡେଲ୍ GFS ପୂର୍ବାନୁମାନ ଅତି ଭୟଙ୍କର। ପବନର ବେଗ ୨୦୦ ଟପିପାରେ ବୋଲି ଏହି ମଡେଲ୍ ଇସାରା କରିଛି। କାକିନାଡ଼ା ପାଖାପାଖି ସ୍ଥଳଭାଗରେ ପ୍ରବେଶ କରିବ ବୋଲି GFS ପୂର୍ବାନୁମାନ କରିଛି । ଦେଖାଯାଉ କାହା ଅନୁମାନ ସଠିକ ହେଉଛି ।

Watch Video:-