ଭୁବନେଶ୍ଵର: କୃଷି କ୍ଷେତ୍ରରେ ବିଜୁଳି ମାଗଣା କରାଯାଉ। ଓଇଆରସି ନିର୍ଦ୍ଦେଶରେ ଟାଟା ପାୱାର ଆଡିଶିନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ କରୁଛି ବୋଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ କହିଛି। ଓଇଆରସି ବରିଷ୍ଠ ପଦାଧିକାରୀଙ୍କ ସହ ଆଜି କଂଗ୍ରେସ ସଭାପତି ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ ଓ ପଞ୍ଚାନନ କାନୁନଗୋ ଙ୍କ ଆଲୋଚନା କରିବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

ଆଡିଶିନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ ଆଦାୟ ବନ୍ଦ , ସ୍ମାର୍ଟ ମିଟର ପାଇଁ ଆଦାୟ ହେଉଥିବା ଟଙ୍କା ଆଦାୟ ବନ୍ଦ ଓ ମାଗଣା ବିଜୁଳି ବଣ୍ଟନ କରିବାକୁ ସେ ଦାବି କରିଛନ୍ତି। ବାହାର ରାଜ୍ୟରେ ଚାଷୀଙ୍କୁ ମାଗଣା ବିଜୁଳି ଦିଆଯାଇଛି। କିନ୍ତୁ ଓଡ଼ିଶାରେ କାହିଁକି ଦେଉ ନାହାଁନ୍ତି। ରାଜ୍ୟରେ କୋଟିଏ ୨୫ ଲକ୍ଷ ଲୋକ ଦୁଃଖ ଦୂର କରି ପାରିବେ ସରକାର। ଶିଳ୍ପପତିଙ୍କୁ ସବସିଡି ଦିଆ ଯାଉଛି କିନ୍ତୁ କୃଷି ଭିତ୍ତିକ ଶିଳ୍ପ, ହ୍ୟଣ୍ଡଲୁମ୍ ଶିଳ୍ପ, କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେଉ ନାହାନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ।

ଯଦି ମାଗଣାରେ ବିଜୁଳି ପ୍ରଦାନ କରାଯାଇନାହିଁ ତେବେ ଅଧିକ କୋଇଲା କାହିଁକି ଉତ୍ପାଦନ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସରକାର ଦାବି ପୂରଣ ନକଲେ ୨୯ ତାରିଖରେ ପ୍ରତି ବ୍ଲକ, ଜିଲ୍ଲାରେ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ ବୋଲି କହିଛନ୍ତି ଭକ୍ତ ଦାସ। କଂଗ୍ରେସ ଦାବି କରିଚି ପଞ୍ଜାବ, ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ୩ ଶହ ୟୁନିଟ ବିଜୁଳି ମାଗଣାରେ ରାଜ୍ୟ ସରକାର ପ୍ରଦାନ କରନ୍ତୁ। ବିଜେପି ନିର୍ବାଚନ ପୂର୍ବରୁ ୩ ଶହ ୟୁନିଟ ବିଜୁଳି ମାଗଣା ଦେବା ପାଇଁ ରାଜ୍ୟବାସୀ ଙ୍କୁ କହିଥିଲା ତେଣୁ ଏବେ ମାଗଣା ବିଜୁଳି ଦେଉ।

କୃଷି କ୍ଷେତ୍ରରେ ମଧ୍ୟ ବିଜୁଳି ମାଗଣା କରାଯାଉ। ଓଡ଼ିଶାରେ କୋଇଲା ଉତ୍ପାଦନ ହେଉଛି। ବିଜୁଳି ଉତ୍ପାଦନ ବି ଓଡ଼ିଶାରେ ହେଉଛି। ତେଣୁ ଅସୁବିଧା କେଉଁଠି ଅଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ପଞ୍ଜାବ, ଦିଲ୍ଲୀ ବିଜୁଳି କିଣି ମାଗଣାରେ ଜନତା ଙ୍କୁ ବଣ୍ଟନ କରୁଥିବା ବେଳେ ଓଡ଼ିଶା ସରକାର କାହିଁକି ନିଜେ ବିଜୁଳି ଉତ୍ପାଦନ କରି ମାଗଣାରେ ଦେଉନାହାନ୍ତି ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି। ଆଡିଶିନାଲ ସିକ୍ୟୁରିଟି ଡିପୋଜିଟ ମନି କୁ ଜିଜିଆ କର ବୋଲି ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।