ଭୋଗରାଇ ୧୦।୦୯ : ଭୋଗରାଇରୁ ୫ଟି ବିରଳ ଓରାଙ୍ଗଉଟାନ୍ ଶାବକ ମିଳିବା ପଛ ରହସ୍ୟ ଅଡୁଆ ସୂତାରେ ଗୁନ୍ଥି ହୋଇଚାଲିଛି। କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ୫ଜଣିଆ ଦଳ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଇଲାକାକୁ ଘାଣ୍ଟିଛି । ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ କୋଷ୍ଟଗାର୍ଡଙ୍କୁ ପଚରାଉଚରା କରିଛି । ତେବେ କିନ୍ତୁ କେଉଁଠୁ ଏହି ୫ ଶାବକ ଆସିଲେ ସେ ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନି।

ଭୋଗରାଇ ବ୍ଳକର ଚନ୍ଦନେଶ୍ଵର-ଭୁଷଣ୍ଡେଶ୍ଵର ରୂଟରେ କଳାରଙ୍ଗର ଥର୍ କାର ଚକ୍ଟର ମାରିବାକୁ ନେଇ ସନ୍ଦେହ ବଢ଼ିଛି। ଓରାଙ୍ଗ ଉଟାନ୍ ଉଦ୍ଧାରସ୍ଥଳଠୁ ମାତ୍ର ଏକ କିମି ଦୂରରେ ଥିବା ଦୋକାନର ସିସିଟିଭି ଟିଭି କ୍ୟାମେରା ଫୁଟେଜ୍ ରେ ଏହି ସନ୍ଦିଗ୍ଧ ଥର୍ ଗାଡ଼ିର ଗତିବିଧ କଏଦ୍ ହୋଇଛି ।

ଥର୍ ଗାଡ଼ିଟି ସୋମବାର ରାତି ସାଢ଼େ ୧୧ଟା ୩୫ ମିନିଟ୍ ରେ ଉଦ୍ଧାରସ୍ଥଳ ଆଡ଼େ ମୁହାଁଇଥିଲା। ୧୧ଟା ୪୭ରେ ସେହି ରୁଟ୍ ରେ ଫେରିଥିଲା ବି। ସେଇ ୧୨ ମିନିଟରେ କ'ଣ ଘଟିଥିଲା ? ଓରାଙ୍ଗଉଟାନ୍ ଶାବକଙ୍କୁ ଥର୍ ରେ ବୁହାଯାଇ ସେଠାରେ ଛଡ଼ା ଯାଇଥିଲା କି ? ଓରାଙ୍ଗଉଟାନ୍ ଉଦ୍ଧାର ସ୍ଥଳରୁ ମାତ୍ର କିଛି ମିଟର ବ୍ୟବଧାନରେ ୩ଟି ପ୍ରମୁଖ ଜଳପଥ ରହିଛି।

Also Read:-ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ବିଦ୍ୟାଭାରତୀଙ୍କ ଆବେଦନ ହାଇକୋର୍ଟରେ ଖାରଜ

ତେବେ ପ୍ରଥମ ରାସ୍ତାଟି ପ୍ରାୟ ୩୦୦ ମିଟର, ଦ୍ୱିତୀୟଟି ୫୦୦ ମିଟର ଏବଂ ତୃତୀୟ ରାସ୍ତାଟି ବିଚିତ୍ରପୁର ବୋଟିଂ ସ୍ଥାନକୁ ଯିବା ପାଇଁ ପ୍ରାୟ ୧ କିଲୋମିଟର। ଏହାସହ ଉଦ୍ଧାରସ୍ଥଳରୁ ୮ ରୁ ୧୦ କିଲୋମିଟର ବ୍ୟବଧାନରେ ସୁବର୍ଣ୍ଣରେଖା ନଦୀର ମୁହାଣ, ବଙ୍ଗୋପସାଗର ସହ ମିଳନ ସ୍ଥଳୀ କୀର୍ତ୍ତିନିଆ ମତ୍ସ୍ୟ ଅବତରଣ କେନ୍ଦ୍ର ଏବଂ ଅନ୍ୟପଟେ ତାଳସାରି ଓ ଉଦୟପୁର ସମୁଦ୍ରକୂଳ ରହିଛି। ଉଦୟପୁର ନିକଟରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ରହିଥିବାରୁ ଜଳପଥ କିମ୍ବା ସୀମାନ୍ତ ରାସ୍ତା ଦେଇ ଏହି ବିରଳ ଜୀବଙ୍କୁ ଚୋରା ଚାଲାଣ କରାଯାଉଥିବା ନେଇ STFର ସନ୍ଦେହ ବଢ଼ିଛି।

Watch Video:-

​​​​​​​