ସୋର ୧୦।୦୯ : ବହୁଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ବଢିଲା ଅଡୁଆ। ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ନିମ୍ନ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ସେ ଆବେଦନ କରିଥିଲେ। ଆବେଦନ ଖାରଜ ହେବାରୁ ସୌମ୍ୟ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ଆଶଙ୍କା ବଢିଲା l

ବାଲେଶ୍ବର ଖଇରା ବ୍ଲକ ବେଗୁନିଆ ଗାଁର ଏସିଏଫ ସୌମ୍ୟଶ୍ରୀ ମହାପାତ୍ରଙ୍କ ମୃତ୍ୟୁର ୫ ବର୍ଷ ପରେ ଏହି ମାମଲା ଏବେ କଡ଼ ଲେଉଟାଇବାରେ ଲାଗିଛି। ଡିଏଫଓ ସଂଗ୍ରାମ କେଶରୀ ମହାପାତ୍ର ଗିରଫ ପରେ ପତ୍ନୀ ବିଦ୍ୟାଭାରତୀଙ୍କ ଗିରଫ ଆଶଙ୍କା ବଢିଥିଲା। ତେବେ ତାଙ୍କର ଜାମିନ ଆବେଦନ ଖାରଜ ପରେ ବାପା ଅଭିରାମ ମହାପାତ୍ର କହିଛନ୍ତି “କୋର୍ଟ ଉପରେ ମୋର ଭରସା ଅଛି। ଘଟଣାର ସିବିଆଇ ତଦନ୍ତ ହେଉ। ମୋ ପୁଅକୁ ନ୍ୟାୟ ମିଳୁ।” ଏଥିସହ ଝିଅର ମା' ମଧ୍ୟ ଦୋଷୀ। ତାଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ସହିତ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ସେ ଦାବି କରିଛନ୍ତି।

Watch Video:-