ନୂଆଦିଲ୍ଲୀ,୦୫/୦୮: ଜମ୍ମୁ କାଶ୍ମୀରରୁ ଧାରା୩୭୦ହଟିବା ଘଟଣାରେବର୍ଷ ପୂରଣ ହେଲାଣି । ଏବେ ଜମ୍ମୁ-କାଶ୍ମୀର ଏବଂ ପିଓକେର ସ୍ଥିତିରେ ଆକାଶ ପାତାଳର ଫରକ୍ ଦେଖିବାକୁ ମିଳୁଛି । ଗୋଟିଏ ଦିଗରେ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ବିକାଶର ଦିଗକୁ ବଢୁଛି । ଅନ୍ୟ ଦିଗରେ ଦୁର୍ଦ୍ଦୀନର ସାମ୍ନା କରୁଛି ପିଓକେ । ଏଠାରେ ରୋଜଗାର ନାହିଁ କି ଖାଇବାକୁ ଠିକ୍ ଭାବେ ମିଳୁନାହିଁ । ସିଏଜି ରିପୋର୍ଟରେ ଗତବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀର ବିକାଶର ନୂଆ ଶିଖରରେ ପହଁଚିବାଦର୍ଶାଯାଇଛି

Also Read :- ମାସେ ଭିତରେ ହଟିବେ ଅଗରକର ! ରୋହିତଙ୍କ ସହ କଳି ଭାରି ପଡ଼ିଲା, ନୂଆ ସିଲେକ୍ଟର ହେବେ ଏହି ବ୍ୟକ୍ତି

ବଢିଛି ରାଜ୍ୟର ଅର୍ଥନୀତି

ଗତବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରର ଘରୋଇ ଉତ୍ପାଦ.୬୮ଲକ୍ଷ କୋଟିରୁ ବୃଦ୍ଧି ପାଇ୨୦୨୪-୨୫ଆର୍ଥିକ ବର୍ଷରେ.୬୨ଲକ୍ଷ କୋଟିରେ ପହଁଚିଛି । ସେହିପରି ମୁଣ୍ଡପିଛା ଆୟ.୦୧ଲକ୍ଷରୁ.୫୫ଲକ୍ଷ ଛୁଇଁଛି । ବିକାଶମୂଳକ କାର୍ଯ୍ୟରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିଛି ।୨୦୨୦-୨୧ରେ ରାଜ୍ୟରେ ଆର୍ଥିକ ସ୍ତରୀୟ ବିକାଶମୂଳକ କାର୍ଯ୍ୟ ପାଇଁ୧୪,୮୪୨କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହା ଏବେ୨୩,୨୫୭କୋଟି ହୋଇପାରିଛି । ସାମାଜିକ ସ୍ତରୀୟ ବିକାଶମୂଳକ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ୨୧ହଜାରକୋଟିରୁ୨୮,୨୩୪କୋଟିରେ ପହଁଚିଛି । ମୋଟାମୋଟି ଭାବେ ଉଭୟରେ୬୨ପ୍ରତିଶତର ଅଭିବୃଦ୍ଧି ଘଟିଛି ।

ସରକାରୀ ଅନୁଦାନ ଉପରେ କମ୍ ନିର୍ଭରଶୀଳ

ସିଏଜି ରିପୋର୍ଟରେ ପ୍ରକାଶ ପାଇଛି ଯେ, ମୋଟ୍ ଖର୍ଚ୍ଚ ଏବଂ ରାଜ୍ୟର ମୋଟ୍ ଆୟର ଅନୁପାତ୨୦୨୧ରେ୩୭.୬୬ପ୍ରତିଶତ ଥିଲା । ଯାହା୨୦୨୪-୨୫ଆର୍ଥିକ ବର୍ଷରେ୩୧.୪୫ପ୍ରତିଶତକୁ ହ୍ରାସ ପାଇଛି । ଏଥିରୁ ଅର୍ଥବ୍ୟବସ୍ଥା ଆଗକୁ ବଢିଲେ ସରକାରୀ ଅନୁଦାନ ଉପରେ ନିର୍ଭରତା ମଧ୍ୟ କମୁଥିବା ଅନୁମାନ କରାଯାଉଛି । ହେଲେ ପାକିସ୍ତାନର କବଜାରେ ଥିବା ପିଓକେର ଅବସ୍ଥା ଏହାର ବିପରୀତ ଅଟେ । ଏଠାରେ ସବୁଦିନ ନୂଆ ନୂଆ ଆର୍ଥିକ ଏବଂ ସାମାଜିକ ସମସ୍ୟା ବୃଦ୍ଧି ପାଉଛି । ବେକାରି ହାର୧୧ପ୍ରତିଶତ ରହିଛି । ଯୁବକଙ୍କ ବେରୋଜଗାରି ଦର୨୭ପ୍ରତିଶତ ରହିଥିବା ବେଳେ ପାଠପଢି ମଧ୍ୟ ଚାକିରି ମିଳୁନାହିଁ ।

ଦାରିଦ୍ର୍ୟ ହାରକୁ ଦେଖିଲେ ପିଓକରେ୧୨.୬୫ପ୍ରତିଶତ ଗରିବ ରହିଛନ୍ତି ।ଗ୍ରାମା଼ଞ୍ଚଳରେ ଏହା୧୮.ପ୍ରତିଶତ ରହିଛି । ଦିନକୁ ଦିନ ଅଧିକରୁ ଅଧିକ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖାକୁ ଚାଲି ଯାଉଛନ୍ତି । ଦରଦାମ୍ ବୃଦ୍ଧି ଏଠାରେ ଚିନ୍ତାର କାରଣ ପାଲଟିଛି । ବିଜୁଳି, ଅଟା. ପେଟ୍ରୋଲ ସବୁ ଏଠାରେ ଅଧିକ ମହଙ୍ଗା ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଉଭୟ ଜମ୍ମୁ କାଶ୍ମୀର ଏବଂ ପିଓକରେ ସ୍ଥିତି କେତେ ଓଲଟା । ଭାରତର ମୁକୁଟ ଜମ୍ମୁ କାଶ୍ମୀରରେନୂଆନୂଆ ପ୍ରକଳ୍ପ ହେଉଛି । କିନ୍ତୁ ପିଓକରେ ଖାଦ୍ୟ କିମ୍ବା ରାସନ ସହଜରେ ମିଳୁନି । ଏଠାରେ ରୋଜଗାର ଥିବା ବେଳେ ସେଠାରେ ଚାକିରି ସାତ ସପନ ପାଲଟିଛି ।