IPL 2026: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଗର୍ଜିଲା ଅଭିଷେକ ଶର୍ମାଙ୍କ ବ୍ୟାଟ୍। ତାଙ୍କର ଧୂଆଁଧାର ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍ ୨୦୨୬ର ୩୧ତମ ମ୍ୟାଚରେ ରନର ପାହାଡ଼ ଛିଡ଼ା କରିଛି। ଅଭିଷେକ ଶର୍ମାଙ୍କ ୧୩୫ ରନ ବଳରେ ହାଇଦ୍ରବାଦ ମାତ୍ର ୨ ଓ୍ଵିକେଟ୍ ହରାଇ ୨୪୨ ରନର ବିଶାଳ ସ୍କୋର କରିଛି। ଦିଲ୍ଲୀ ସାମ୍ନାରେ ରହିଛି ୨୪୩ ରନର ବିଜୟ ଲକ୍ଷ୍ୟ। ଅଭିଷେକଙ୍କ ବ୍ୟତୀତ ହେନରିକ କ୍ଲାସେନ ୧୩ ବଲରୁ ୩୭ ରନ କରିଛନ୍ତି। ତେବେ ଅଭିଷେକଙ୍କ ୧୩୫ ରନ ନିଜର ଆଇପିଏଲ କ୍ୟାରିୟରର ୨ୟ ସର୍ବାଧିକ ସ୍କୋର।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ଦୁଇ ଓପନର ଅଭିଷେକ ଶର୍ମା ଓ ଟ୍ରେଭିସ ହେଡ୍ ମଜବୁତ ଆରମ୍ଭ ଦେଇଥିଲେ। ଅଭିଷେକ ଶର୍ମା ଚିରାଚରିତ ଶୈଳୀରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଓପନିଂରେ  ୮.୫ ଓଭରରେ ୯୭ ରନ ଯୋଡ଼ିଥିଲେ। ହେଡ୍ ୩୭ ରନ କରି ଆଉଟ୍ ହୋଇଥିଲେ। ଅଭିଷେକ ଅର୍ଦ୍ଧଶତକ ହାସଲ ପରେ ଅଟକି ନ ଥିଲେ। ଅନ୍ୟପଟେ ତାଙ୍କୁ ସହଯୋଗ ଦେଇଥିଲେ ଅଧିନାୟକ ଇଶାନ କିଶନ ଓ ହେନରିକ କ୍ଲାସେନ।

Also Read: ଆଫଗାନିସ୍ତାନ ଟେଷ୍ଟ ପାଇଁ ଭାରତ ଶ୍ରେଷ୍ଠ ତାରକାଙ୍କୁ ମିଳିପାରେ ବିଶ୍ରାମ, ଘୋଷଣାକୁ ଅପେକ୍ଷା

ଇଶାନ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ କ୍ଲାସେନ ଓ ଅଭିଷେକ ଅବିଭାଜିତ ତୃତୀୟ ଓ୍ଵିକେଟ୍ ପାଇଁ ୬୮ ରନ ଯୋଡ଼ିଥିଲେ। ଅଭିଷେକ ଆଜିର ମ୍ୟାଚରେ କେବଳ ଶତକ ହାସଲ କରି ନ ଥିଲେ, ଏହି ଶତକ ଜରିଆରେ ଅନେକ କିର୍ତ୍ତୀମାନ ରଚିଥିଲେ। ସେ ନିଜର ଆଇପିଏଲ୍ କ୍ୟାରିୟରରେ ଦ୍ଵିତୀୟ ସର୍ବାଧିକ ୧୩୫ ରନ କରିଛନ୍ତି। ୬୮ ବଲର ଏହି ଇନିଂସରେ ୧୦ ଚୌକା ଓ ୧୦ ଛକା ସାମିଲ୍। କ୍ଲାସେନ ୧୩ ବଲରୁ ୩ ଚୌକା ଓ ୩ ଛକା ସହ ୩୭ ରନ କରି ଅପରାଜିତ ଥିଲେ। ଶେଷରେ ହାଇଦ୍ରାବାଦ ୨ ଓ୍ଵିକେଟ୍ ହରାଇ ୨୪୨ ରନର ବିଶାଳ ସ୍କୋର କରିଛି।