ଭୁବନେଶ୍ୱର ୦୭।୦୭ : ଗୋଟିଏ କୋଠାକୁ ଯିବ SRC, OSDMA ଏବଂ ଓଡ୍ରାଫ । ୩୦୦ କୋଟି ବ୍ୟୟରେ ନିର୍ମାଣ ହେବ ବିପର୍ଯ୍ୟୟ ପରିଚାଳନା ବିଭାଗ । ନୂଆ ଡିଜାଇନରେ ରାଜୀବ ଭବନ ପଛ ପଟେ ନିର୍ମାଣ ହେବ ୧୦ ମହଲା ବିଶିଷ୍ଟ କୋଠା।

ସେହିପରି ୧୮୦ କୋଟି ଖର୍ଚ୍ଚରେ ନିର୍ମାଣ ହେବ ରାଜସ୍ବ ଭବନ । ରାଜସ୍ବ ପରିଚାଳନା ଭବନରେ ବେସମେଣ୍ଟ ସହ ୩ଟି ମହଲା ପାର୍କିଂ ହେବ । ଉପର ଦୁଇଟି ମହଲା ଅପରେସନ ଏବଂ ମିଡ଼ିଆ ଲାଉଞ୍ଜ ହେବ । ଆଉ ଦୁଇ ମହଲାରେ ୧୨ ଅପରେସନ ମିଡ଼ିଆ ଲଞ୍ଜ ରହିବ । ଆଉ ଦୁଇଟି ମହଲା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ରହିବ । ଆଉ ଦୁଇ ମହଲାରେ ଓଡ୍ରାଫ ଏବଂ SDMA କାର୍ଯ୍ୟାଳୟ ରହିବ।

Also Read:-ଜମି କିଣା-ବିକା ହେବ ପୂରା କ୍ୟାସ୍‌ଲେସ୍, ଅନଲାଇନରେ ହେବ ସବୁ ନେଣଦେଣ

ସେହିପରି ରାଜସ୍ବ ଭବନରେ ରହିବ ରାଜସ୍ବ ବିଭାଗ, ବୋର୍ଡ ଅଫ ରେଭେନ୍ୟୁ ଏବଂ ଜିଲ୍ଲାପାଳଙ୍କ କ୍ୟାମ୍ପ କୋର୍ଟ ରହିବ ଲୋକ ସେବା ଭବନରେ ରାଜସ୍ବ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଜାଗା ଅଭାବ ଥିବାରୁ ରାଜସ୍ବ ଭବନର ପରିକଳ୍ପନା କରାଯାଇଛି। ସେହିଭଳି ଭୁବନେଶ୍ୱର ଏବଂ ପୁରୀରେ ଅତ୍ୟାଧୁନିକ ସର୍କିଟ ହାଉସ ନିର୍ମାଣ କରାଯିବ। ରାଜସ୍ବ ଅଧିକାରୀ ଟ୍ରେନିଂ ଇନଷ୍ଟିଚ୍ୟୁଟଠାରେ ୯୦ କୋଟି ବ୍ୟୟରେ ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ ହେବ। ମୋଟ ୬୦୦ କୋଟିର ଏହି ପ୍ରକଳ୍ପ ପାଇଁ ଅଗଷ୍ଟରେ ଭିତ୍ତିପ୍ରସ୍ଥର ସ୍ଥାପନ ହେବାକୁ ଥିବା ବେଳେ ଦେଢ଼ ବର୍ଷରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛି ରାଜସ୍ବ ବିଭାଗ ।