ଭୁବନେଶ୍ବର ୨୧।୧୧: ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକ୍ ସର୍ବାଧିକ ପ୍ରଭାବିତ ହୋଇଛି । ବାତ୍ୟା ଅକଭାନ୍ ପରବର୍ତ୍ତୀ ସ୍ଥିତି ନେଇ ପ୍ରେସମିଟ୍ରେ ଏଭଳି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍ । ସେ କହିଛନ୍ତି, ପୂର୍ବାନୁମାନ ଅନୁସାରେ ବାତ୍ୟାର ପ୍ରଭାବ କମ୍ ରହିଲା । କେଉଁଠି ଚିନ୍ତାଜନକ ସ୍ଥିତି ନାହିଁ । ଗଞ୍ଜାମ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିଛି । ୪ଟି ବ୍ଲକରେ ୨୦୦ ମି.ମି.ରୁ ଅଧିକ ବର୍ଷା ହୋଇଛି । କିଛି ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଚାଷ ଜମି କ୍ଷୟକ୍ଷତି ହୋଇଛି, ଆକଳନ ଆରମ୍ଭ ହେବ ।

ବାତ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତିକୁ ଜୋରଦାର କରାଯାଇଥିଲା । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଲୋକ ମାନିଛନ୍ତି । ଲୋକଙ୍କୁ ସବୁ ଶ୍ରେୟ ଯାଉଛି । ସବୁ ବିଭାଗ ଟିମ୍ ସ୍ପିରିଟ୍‌ରେ କାମ କରିଛି । ବାତ୍ୟାର ଯାହା ପୂର୍ବାନୁମାନ କରାଯାଇଥିଲା ପ୍ରଭାବ କମ୍ ରହିଲା । ଲ୍ୟାଣ୍ଡଫଲ୍ କରିବା ପରେ ବର୍ଷା ହୋଇଛି । ରାସ୍ତା, ଜଳସେଚନ, ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଫୋକସ୍ କରାଯାଉଛି । ଦୀର୍ଘମିଆଦୀ ଯୋଜନା କରାଯାଉଛି । ଭୂସ୍ଖଳନ ବର୍ତ୍ତମାନ ବଡ଼ ବିପର୍ଯ୍ୟୟ ପାଲଟିଛି ।

Also Read:- ମଦ ପିଇବା ପରେ ସ୍ଥିତି ଅସମ୍ଭାଳ ! ୧୫ ଜଣଙ୍କ ମୃତ୍ୟୁ, ୧୮୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ବାତ୍ୟା ଅର୍ଣ୍ଣବ ପରେ ଭୂସ୍ଖଳନ ପାଇଁ ଅଧିକ ବ୍ୟବସ୍ଥା କରାଯାଇଥିଲା । ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ଭୂସ୍ଖଳନ ବାବଦରେ ଅନୁଧ୍ୟାନ ପାଇଁ ଉତ୍ତରାଖଣ୍ଡ ଗୋଟେ ଟିମ୍ ଯାଇଥିଲା । ବିପର୍ଯ୍ୟୟ ପରିଚାଳନା ଟିମ୍ ସହ ଆଲୋଚନା କରିଥିଲା ଓଡ଼ିଶା ଟିମ୍ । ଲ୍ୟାଣ୍ଡସ୍ଲାଇଡ୍ ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ଓଡ଼ିଶା ଟିମ୍ ଅନୁଧ୍ୟାନ କରିଛି । ହିମାଚଳ ପ୍ରଦେଶ ଗୋଟେ ଟିମ୍ ଯିବ । ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ଏସ୍ଆର୍‌ସି କହିଛନ୍ତି ।

Watch Video: