ମାଲକାନଗିରି ୧୪।୧୦: ମାଲକାନଗିରି କାଲିମେଳା ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟରେ ଲାଗିରହିଛି ଛାତ୍ର ଉତ୍ତେଜନା । ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଗତ ଦୁଇ ଧରି କଲେଜ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତି ଏମିତି ହୋଇଛି ଯେ, କଲେଜ ଗେଟ୍ରେ ତାଲା ପକାଇ ପୋଲିସ ମୁତୟନ କରାଯାଇଛି ।

Also Read:- ରାତିପାହିଲେ ଛାତ୍ର ସଂସଦ ନିର୍ବାଚନ, କଲେଜ୍ ଗେଟରେ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

କିଛି ଅଯୋଗ୍ୟ ପ୍ରାର୍ଥୀଙ୍କୁ କଲେଜ ଅଧ୍ୟକ୍ଷ ସମର୍ଥନ କରିବା ନେଇ ଯୋଗ୍ୟ ପ୍ରାର୍ଥୀ ମାନେ ଆନ୍ଦୋଳନ ଆରମ୍ଭ କରିଥିଲେ । ହେଲେ ଶେଷରେ ପୋଲିସ ଓ କାଲିମେଳା ତହସିଲଦାରଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଛି । ଅନୁକମ୍ପା ଦେଖାଇଥିବା ଅଯୋଗ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ନାକଚ କରିଛନ୍ତି ତହସିଲଦାର । କଲେଜରେ ଉତ୍ତେଜନା ଲାଗି ରହିଥିବା ବେଳେ କାଲିମେଳା ଥାନା ଅଧିକାରୀ ଓ ତହସିଲଦାର ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିଛନ୍ତି ।

Watch Video: