ଭଦ୍ରକ ୪।୧୨: ନିଶା କରିଦେଲା ପୁଅକୁ ପିଶାଚ । ନିଶା ଖାଇବାକୁ ମା’କୁ ଟଙ୍କା ମାଗିଲା ପୁଅ । ଟଙ୍କା ଦେବାକୁ ମନାକରିଦେଲା ମା’ । ଜନ୍ମକଲା ମା’କୁ ବି ଜାଳିବାକୁ ପଛାଇଲା ନାହିଁ । ଏମିତି କି ପେଟ୍ରୋଲ ଢାଳି ଜାଳିଦେଲା ପୁଅ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବିଲଣା ଗଳଗଣ୍ଡପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୁକ୍ତ ପୁଅ ଫେରାର ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବିଲଣା ଗଳଗଣ୍ଡପୁର ଗାଁରେ ନିଶା ପାଇଁ ନିର୍ମମ କାଣ୍ଡ । ନିଶା ଖାଇବାକୁ ମା’ଙ୍କୁ ପଇସା ମାଗିଥିଲା ପୁଅ । କିନ୍ତୁ ମା’ ପଇସା ଦେବାକୁ ମନା କରିଦେଇଥିଲେ । ଯେଉଁଥିପାଇଁ ପୁଅ ଉତ୍ତ୍ୟକ୍ତ ହୋଇ ପଡିଥିଲା । ଏମିତିକି ମା’ଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିଲା ପୁଅ ।

​​​​​​​

ଏଭଳି ଘଟଣା ସମ୍ପର୍କରେ ଖବର ପାଇ ଗୁରୁତର ଅବସ୍ଥାରେ ମା’ ଜ୍ୟୋସ୍ନା ନାୟକଙ୍କୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ । ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଥିବା ସୂଚନା ମିଳିଛି ।