ଢେଙ୍କାନାଳ ୧୭/୦୩: ଅଭାବନୀୟ...ଏମିତି ବି ଆସେ ମୃତ୍ୟୁ । ବାପାକୁ ମୁଖାଗ୍ନୀ ଦେବା ପରେ ଚାଲିଗଲା ପୁଅ । ନିଆଁ ଦେଇ ପୋଖରୀରେ ଗାଧଇବାବେଳେ ବୁଡି ମୃତ୍ୟୁ । ଢେଙ୍କାନାଳ ସହରର କୋରିଆରେ ନଜର ଆସିଛି ଏପରି ଘଟଣା । ଆଉ ବାପାର ଜୁଇ ଜଳିବା ପରେ ଜଳିଛି ପୁଅର ଜୁଇ । ସେପଟେ ଘଟଣା ପରେ ଶୋକରେ ବୁଡିଯାଇଛି ପରିବାର ।

ସୂଚନାଥାଉକି, କୋରିଆଁ ସୁଶାନ୍ତ ସାହୁଙ୍କ ବାପାଙ୍କର ବାର୍ଦ୍ଧକ୍ୟ ଜନିତ କାରଣରୁ ସକାଳେ ମୃତ୍ୟୁ ହୋଇଥିଲା । ତେବେ ବାପାଙ୍କୁ ଗାଁ ସ୍ମଶାନରେ ଶବ ଦାହ ପାଇଁ ମୁଖାଗ୍ନୀ ଦେଲେ ସୁଶାନ୍ତ ।ପରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ୪୫ବର୍ଷୀୟ ସୁଶାନ୍ତ । ଏହି ସମୟରେ ଛକି ବସିଥିବା ଯମ ଡାକିନେଲା ଆରପାରିକୁ । ପୋଖରୀରେ ବୁଡ଼ିଯାଇଥିଲେ ସୁଶାନ୍ତ ।

ଗ୍ରାମବାସୀ ଖୋଜାଖୋଜି କରି ପୋଖରୀରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପରେ ଟାଉନ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏପରି ଅଭାବନୀୟ ଘଟଣାକୁ ନେଇ କୋରିଆଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

also read..

Dillip ray at puri: ବିଜୟ ପରେ ମହାପ୍ରଭୁଙ୍କ ଶରଣରେ ଦିଲ୍ଲୀପ ରାୟ, କହିଲେ ସେବା କରିବାକୁ ଦିଅ ସାହସ