ଭୁବନେଶ୍ବର ୫।୮: ରାଜଧାନୀରେ ଟ୍ରାଫିକ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି । ଜୟଦେବ ବିହାରରୁ ନନ୍ଦନକାନନ ଯାଏ ହେବ ଓଭରବ୍ରିଜ୍ । ସେଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ମାଟି ପରୀକ୍ଷଣ ହୋଇଛି । ବୁଧବାର ନାଲକୋ ଛକ ନିକଟରେ ମାଟି ପରୀକ୍ଷା କରାଯାଇଛି । ମୋଟ୍ ୧୮୦ଟି ପଏଣ୍ଟରେ ସଏଲ୍ ଟେଷ୍ଟ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ୧୪ଟି ସ୍ଥାନରେ ମାଟି ଖୋଳାଯାଇ ସାମ୍ପଲ ସଂଗ୍ରହ କରାଯାଇଛି ।

ସେପ୍ଟେମ୍ବର ଶେଷ ସୁଦ୍ଧା ମାଟି ପରୀକ୍ଷା ପରେ ଓଭରବ୍ରିଜ୍ କାମ ଆରମ୍ଭ ହେବ । ଜୟଦେବ ବିହାର, ନାଲକୋ, ଡମଣା ଓ ମ୍ୟାଗନେଟ୍ ଛକରେ ୪ଟି ଫ୍ଲାଏ ଓଭର ନିର୍ମାଣ ହେବ । ତେବେ ଜୟଦେବ ବିହାରରେ କେବଳ ଝୁଲା ପୋଲ ହେବ । ୬ମାସ ତଳେ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ।

Also Read:- ପୁରୀ ବନ୍ୟା ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ; କ୍ଷତିପୂରଣ, ବିହନ ଓ ଡ୍ରେନେଜ୍ ସୁଧାର ଉପରେ ଗୁରୁତ୍ୱ

ଜୟଦେବ ବିହାରରୁ ନନ୍ଦନକାନନ ଯାଏ ହେବାକୁ ଥିବା ଓଭରବ୍ରିଜ୍ ପାଇଁ ଖର୍ଚ୍ଚ ହେବ ୯୫୨ କୋଟି ଟଙ୍କା । ୬ଲେନ୍ ଥିବା ଏହି ରାସ୍ତାକୁ ୮ଲେନ୍ ଓ ଫ୍ଲାଏ ଓଭର ହେବାକୁ ଥିବା ବେଳେ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ । ମାଟି ପରୀକ୍ଷା ପରେ ତଥ୍ୟ ଉପରିସ୍ଥ ଅଧିକାରୀଙ୍କୁ ଦେବ ସମ୍ପୃକ୍ତ ସଂସ୍ଥା । ସେହି ରିପୋର୍ଟ ଅନୁଯାୟୀ ପ୍ଲାନ୍ ଡିଜାଇନ୍ ହେବ ବୋଲି ସାଇଟ୍ ଇନଚାର୍ଜ କହିଛନ୍ତି । ରାସ୍ତା ସମ୍ପ୍ରସାରଣ ଓ ଓଭରବ୍ରିଜ ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ବ୍ୟବସାୟୀ ସ୍ବାଗତ କରିଥିବା ବେଳେ ଆମ ପ୍ରତି ସରକାର ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି । ୨୦୨୯ ସୁଦ୍ଧା ବ୍ରିଜ୍ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।