କଳାହାଣ୍ଡି ୨୬।୦୫ : ଆଖି ପିଛୁଲାକେ ଚାଲିଗଲା ୬ ଜୀବନ । ଘରେ କହିକି ଯାଇଥିଲେ କାମକୁ । ସେଠାରୁ ଫେରିବେ ବୋଲି କଥା ବି ଦେଇଥିଲେ।ହେଲେ ସବୁ କଥା ରହିଗଲା ଅଧାରେ।ସେଣ୍ଟ୍ରିଂ କାଢିବା ସମୟରେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି।  

ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଡା ଗାଁ । ସେହି ଗାଁରେ ଏକ ପାଇଖାନା ଟାଙ୍କିର କାମ ଚାଲିଥିଲା । ସେଣ୍ଟ୍ରି ଖୋଲାଚାଲିଥିଲା । ଏହି ସମୟରେ ହଠାତ୍‌ ସେଣ୍ଟ୍ରି ଖସି ପଡିଥିଲା । ଯାହାଫଳରେ ତଳେ କାମ କରୁଥିବା ଲୋକ ଚାପି ହୋଇଯାଇଥିଲେ । ଏହାପରେ ତୁରନ୍ତ ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ବାକି ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

Also Read:-Jitu Munda : ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଜିତୁ ମୁଣ୍ଡା, ଖୁବଶୀଘ୍ର ହେବ ଘୋଷଣା !

ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ଏହାସହ ଅଧିକ ତଦନ୍ତ ଲାଗି ସାଇଣ୍ଟିଫିକ୍‌ ଟିମ୍‌ର  ସହଯୋଗ ନେଇପାରେ ପୋଲିସ ।

ଅନ୍ୟପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି।