ଭୁବନେଶ୍ୱର ୨୬।୦୫ : ଚର୍ଚ୍ଚାରେ ପୁଣି ଜିତୁ ମୁଣ୍ଡା । ଭଉଣୀଙ୍କ ଗଳିତ ମୃତଦେହ ନେଇ ବ୍ୟାଙ୍କ ନେବା ଘଟଣାଠୁ ଚର୍ଚ୍ଚାରେ ଥିବା ଥିବା ଜିତୁ ମୁଣ୍ଡା ଏବେ ଆଉ ଏକ ଘଟଣାକୁ ନେଇ ଲୋକଲୋଚନକୁ ଆସିଛନ୍ତି । ଜିତୁ ମୁଣ୍ଡା ଆଗାମୀ ନିର୍ବାଚନରେ ଲଢିପାରନ୍ତି । ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ଜିତୁ ମୁଣ୍ଡାଙ୍କୁ ନିର୍ବାଚନରେ ଟିକେଟ୍ ଦିଆଯିବା ନେଇ ଚର୍ଚ୍ଚା ହେଉଛି ।

କେନ୍ଦୁଝର ଜିଲ୍ଲା ଡିଆନାଳି ଗାଁରେ ବ୍ୟାଙ୍କରୁ ଟଙ୍କା ଆଣିବା ପାଇଁ ଭଉଣୀର ଗଳିତ ମୃତଦେହକୁ ବ୍ୟାଙ୍କକୁ ନେଇଯାଇଥିଲେ ଜିତୁ ମୁଣ୍ଡା । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ସମୟକ୍ରମରେ ଜିତୁ ମୁଣ୍ଡାଙ୍କ ସ୍ଥିତିରେ ଆସିଲା ସୁଧାର । ଚାରିଆଡୁ ଛୁଟିଥିଲା ସହାୟତାରେ ହାତ । ଏପିରିକି ଦିନେ ୧୮ ହଜାର ଟଙ୍କା ପାଇଁ ଭଉଣୀର ଶବ ଖୋଳିଥିବା ଜିତୁ ମୁଣ୍ଡାଙ୍କ ଆକାଉଣ୍ଟରରେ ଲକ୍ଷାଧିକ ଟଙ୍କା ଜମା ରହିଛି । ଏପିରିକି ଜିତୁ ମୁଣ୍ଡା ବିଭିନ୍ନ ସୁବିଧା ଓ ସହଯୋଗ ନେଇ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ଚେତାବନୀ ଦେଇଥିଲେ ।

Also Read:-ଏମିତି ମାଆ କାହାକୁ ନମିଳୁ, ୧୭ ଖଣ୍ଡ ଦାମୀ ଶାଢ଼ି ପାଇଁ ଝିଅକୁ ବିକିଦେଲା

ତେବେ ଏସବୁ ତ ପୁରୁଣା କଥା । ଏବେ ଜିତୁ ମୁଣ୍ଡାଙ୍କ ଲାଟେଷ୍ଟ ଖବର ହେଉଛି କି, ସେ ଆଗାମୀ ଦିନରେ ନିର୍ବାଚନ ଲଢିପାରନ୍ତି । ଭାରତୀୟ ରାଜନୀତିରେ ଜାତୀୟ ପାର୍ଟି ଆମ୍ ଆଦମୀ ପାର୍ଟି ସୋମବାର ଦିନ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଥିଲା । ବରିଷ୍ଠ ଆପ୍ ନେତା ନିଶିକାନ୍ତ ମହାପାତ୍ର କିଛି କର୍ମୀଙ୍କ ସହିତ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଥିଲେ । ସେଠାରେ କିଛି ସମୟ ବିତାଇବା ପରେ ଜିତୁ ମୁଣ୍ଡାଙ୍କ ସହିତ ବଡ଼ ଘୋଷଣା କରିଥିଲେ । ତାଙ୍କ ଘୋଷଣା ମୁତାବିକ, ଜିତୁ ମୁଣ୍ଡା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଦଳୀୟ ଉତ୍ତରୀୟ ସହ ସେ ଆମ ପାର୍ଟିରେ ଯୋଗଦାନ କରିଛନ୍ତି । ସେ ନିଜ ଇଚ୍ଛା ଅନୁସାରେ ଆମ ପାର୍ଟିରେ ଯୋଗଦେଇଛନ୍ତି ।