କାନପୁର, ୦୮/୦୪ :ପ୍ରେମିକ ସହ ପାପ ସମ୍ପର୍କ ରଖିଥିଲା ବିବାହିତାମହିଳା । ରାତିରେ ଚାଲିଥିଲା ପ୍ରେମ । କିନ୍ତୁ ସବୁ ଦେଖିଦେଲା ମହିଳାଙ୍କ ଭାଇ । ଶେଷରେ ପ୍ରେମିକ ସହ ମିଶି ଭାଇକୁ ହତ୍ୟା କଲା ଭଉଣୀ । କିନ୍ତୁ ସବୁ ପାପ କାମର ସାକ୍ଷୀ ରହିଗଲା କୁନିପୁଅ ।

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ମେନପୁରୀରେ ଘଟିଛି ସାଙ୍ଘାତିକ ଘଟଣା । ମେନପୁରୀର କୁସମରାରେ ରୁହନ୍ତି ପୂଜା ଦୁବେ । ସେ ଫରଖାବାଦରେ ଥିବା ନିଜ ବାପ ଘରକୁ ଆସିଥିଲେ । ବାପ ଘରେ କିଛିଦିନ ରହିବା ପରେ ପୁଣି ଥରେ ଶାଶୂ ଘରକୁ ଯିବାକୁ ମନ ବଳାଇଥିଲେ । କିନ୍ତୁ ଭାଇ କରନ ମିଶ୍ରା ପୂଜାଙ୍କୁ ଏକା ଛାଡିନଥିଲେ । ତେଣୁ ପୂଜା, କରନ ଏବଂ ପୂଜାଙ୍କ ପୁଅ ଶାଶୁଘର କୁମସରା ଆସିଯାଇଥିଲେ ।

ତେବେ ରାତି ଅଧିକ ହେବାରୁ କରନ ପୂଜାଙ୍କ ଘରେ ରହିଯାଇଥିଲେ । ହେଲେ ରାତିରେ ଘଟିଥିଲା ଏମିତି କିଛି ଯେଉଁଥି ପାଇଁ କରନଙ୍କୁ ଜୀବନ ଦେବାକୁ ପଡିଥିଲା । କରନ ଶୋଇଥିବା ବେଳେ ପାଖ କୋଠରୀରୁ କିଛି ଶବ୍ଦ ଶୁଭିଥିଲା । ତେଣୁ କରନ କବାଟଖୋଲି ଦେଖିଥିଲେ । ଯାହା ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ ପୂଜା ତାଙ୍କ ପ୍ରେମିକ ଜିତେନ୍ଦ୍ରଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ । ଏହା ଦେଖି କରନ ସହିପାରିନଥିଲେ । ଜିତୁଙ୍କ ସହ ପାଟିତୁଣ୍ଡ କରିଥିଲେ ।

ଧିରେ ଧିରେ ପାଟିତୁଣ୍ଡ ଅଧିକ ଗୁରୁତର ହେବାରେ ଲାଗିଲା । ଆଉ ଜିତୁ କିଛି ଉପାୟ ନ ପାଇ ପୂଜାଙ୍କ ଭାଇ କରନଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ପୂଜା ଏବଂ ଜିତେନ୍ଦ୍ର କରନଙ୍କ ମୃତଦେହକୁ ଲୁଚାଇବାରେ ଲାଗି ଯାଇଥିଲେ । ମୃତଦେହକୁ ଘରଠୁ ଦୂରରେ ନେଇ ସେମାନେ ଫିଙ୍ଗି ଦେଇଥିଲେ ।

ସକାଳ ହେଲା ପରେ କରନଙ୍କ ଅନ୍ୟ ଜଣେ ସମ୍ପର୍କୀୟ ପୂଜାଙ୍କୁ ଫୋନ୍ କରିଥିଲେ । କରନଙ୍କ ବାବଦରେ ପଚାରିଥିଲେ । କରନ ଗତକାଲି ସନ୍ଧ୍ୟାରୁ ଚାଲିଯାଇଥିବା ପୂଜା ବାହାନା କାଢିଥିଲେ । କିନ୍ତୁ କରନଙ୍କ ସମ୍ପର୍କୀୟ ପୂଜାଙ୍କ ଘରେ ପହଁଚି ଯାଇଥିଲେ । ସେଠାରେ ପୂଜାଙ୍କ ୧୦ ବର୍ଷର ପୁଅ ରିତିକ୍ ସବୁ ଖୋଲି କହିଦେଇଥିଲା । ଜିତେନ୍ଦ୍ର କରନ ମାମୁଙ୍କୁ ଗୁଳି କରି ହତ୍ୟା କରିଥିବା ରିତିକ୍ ପ୍ରକାଶ କରିଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ମଧ୍ୟ ଫରେନସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଁଚିଥିଲା ।

ମାମଲାରେ ଦୁଇଟି ମୋକଦ୍ଦମା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତ ପୂଜା ଏବଂ ଜିତେନ୍ରଙ୍କୁ ଗିରଫ କରିଥିବା ଜଣାପଡିଛି । ସେମାନଙ୍କୁ ପଚରାଉଚୁରା କରାଯାଉଥିବା ସ୍ଥାନୀୟ ଥାନାଧିକାରୀ ପ୍ରବୀଣ କୁମାର ପ୍ରକାଶ କରିଛନ୍ତି ।