Siddaramaiah declined rajya sabha post: ମୁଖ୍ୟପନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଦ୍ଧରମେୟାଙ୍କ ପ୍ରତିକ୍ରିୟା ସମ୍ନାକୁ ଆସିଛି। ସେ କହିଛନ୍ତି ଯେ ହାଇକମାଣ୍ଡ କହିବାରୁ ସେ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ସକ୍ରିୟ ରାଜନୀତିରୁ ଦୂରେଇବେ ନାହିଁ କିମ୍ବା ଜାତୀୟ ରାଜନୀତିରେ ତାଙ୍କର କୌଣସି ରୁଚି ନାହିଁ। ସେ ରାଜ୍ୟ ରାଜନୀତିରେ କାମ କରିବେ ବୋଲି ସିଦ୍ଧରମେୟା କହିଛନ୍ତି।

ରିପୋର୍ଟରଙ୍କୁ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ତାଙ୍କୁ ରାଜ୍ୟସଭା ଅଫର କରାଯାଉଥିଲା। ସେ କିନ୍ତୁ ରାଜ୍ୟ ରାଜନୀତିରେ ରହିବାକୁ ଚାହାଁନ୍ତି। ଏଥିପାଇଁ ସେ ରାଜ୍ୟସଭା ଅଫରକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସିଦ୍ଧରମେୟା କହିଛନ୍ତି।  

“ମୋତେ ରାଜ୍ୟସଭା ଯିବାକୁ ପଚରାଯାଇଥିଲା। କିନ୍ତୁ ମୁଁ ବିନମ୍ରତାର ସହ ମନା କରିଦେଇଥିଲି। ମୋର ରାଜ୍ୟ ରାଜନୀତିରେ ଆଗ୍ରହ ରହିଛି। ଲୋକେ ମୋତେ ୫ ବର୍ଷ ପାଇଁ ନିର୍ବାଚିତ କରିଛନ୍ତି। ତେଣୁ ମୋ ହାତରେ ଆଉ ଦୁଇ ବର୍ଷ ସମୟ ଅଛି। ତେଣୁ ମୁଁ ଏଠାରେ ରହିବି। ”

ଦିଲ୍ଲୀରେ କଂଗ୍ରେସ ବୈଠକ ହେବା ପରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଓ ସେ ରାଜ୍ୟସଭା ସାଂସଦ ହୋଇ ଦିଲ୍ଲୀ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବରିଷ୍ଠ ନେତାଙ୍କ ବୟାନ ପରେ ଏହି ଅନୁମାନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।  

ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ବଡ଼ ନିଷ୍ପତ୍ତି

କର୍ଣ୍ଣାଟକରେ କଂଗ୍ରେସ ସରକାରର କ୍ଷମତା ଭାଗବଣ୍ଟା ଫର୍ମୁଲା ଅନୁଯାୟୀ ମୁଖ୍ୟମନ୍ତ୍ରୀ ପଦ ବଦଳିବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଛି। ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ନେଇ ହେଉଥିବା ଆଲୋଚନା ଏବଂ ଦିଲ୍ଲୀରେ ଚାଲିଥିବା ହାଇ-ଲେଭଲ୍ ବୈଠକ ମଧ୍ୟରେ ହାଇକମାଣ୍ଡଙ୍କ ଏହି ପ୍ରସ୍ତାବ ଆସିଥିଲା। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସିଦ୍ଧାରାମୈୟାଙ୍କୁ କେନ୍ଦ୍ର ରାଜନୀତିକୁ ଆଣିବା ସହ ରାଜ୍ୟସଭା ଆସନ ଯାଚିବାକୁ ଦଳୀୟ ହାଇକମାଣ୍ଡ ଯୋଜନା କରିଥିଲେ। ମାତ୍ର ସିଦ୍ଧାରାମୈୟା ଏହାକୁ ସିଧାସଳଖ ମନା କରିଦେଇଛନ୍ତି।

ମୁଖ୍ୟ ବିନ୍ଦୁ:

  • ସିଦ୍ଧାରାମୈୟା ଦିଲ୍ଲୀ ଯିବାକୁ କିମ୍ବା ରାଜ୍ୟସଭା ସଦସ୍ୟ ହେବାକୁ ମନା କରିଛନ୍ତି।

  • ସେ କର୍ଣ୍ଣାଟକ ରାଜନୀତି ଓ ରାଜ୍ୟର ପଛୁଆ ବର୍ଗ (OBC) ନେତୃତ୍ୱ ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ ରଖିବାକୁ ଚାହାଁନ୍ତି।

  • ଡି.କେ. ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚା ମଧ୍ୟରେ କଂଗ୍ରେସ ହାଇକମାଣ୍ଡ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ।