ଶୁକ୍ର ଗୋଚର: ଆଜିଠାରୁ ୯ ଦିନ ପରେ ଶୁକ୍ର କନ୍ୟା ରାଶିରେ ଗୋଚର କରିବେ, ଯାହାର ଲାଭ ଚାରୋଟି ରାଶିକୁ ମିଳିବ । ଏହି ଗୋଚରର ଲାଭ ବୃଷ, ଧନୁ, ବିଛା ଏବଂ ମକର ରାଶିର ବ୍ୟକ୍ତିବିଶେଷଙ୍କୁ ମିଳିବ । ବର୍ତ୍ତମାନ ଶୁକ୍ର ମିଥୁନ ରାଶିରେ ଅଛନ୍ତି, ଯେଉଁଠାରୁ ଅଗଷ୍ଟ ୧ ତାରିଖରେ ବୁଧଙ୍କ ରାଶି କନ୍ୟାକୁ ଗୋଚର କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ପ୍ରେମ, ସୁଖ-ସମୃଦ୍ଧି ଏବଂ ବିଳାସପୂର୍ଣ୍ଣ ଜୀବନର କାରକ । ଏପରି ପରିସ୍ଥିତିରେ ଏହି ସବୁ ରାଶିକୁ ଏହା ସହ ଜଡ଼ିତ ଲାଭ ନିଶ୍ଚିତ ଭାବେ ମିଳିବ । ଅଗଷ୍ଟ ମାସ ଆରମ୍ଭ ହେବା କ୍ଷଣି ବୁଧ ଏବଂ ଶୁକ୍ରଙ୍କ ଶକ୍ତି ହେତୁ ଏହି ରାଶିଗୁଡ଼ିକ ଉପରେ ଭାଗ୍ୟ ପ୍ରସନ୍ନ ହେଉଥିବାର ଦେଖାଯିବ । ଜ୍ୟୋତିଷୀୟ ଗଣନା ଆଧାରରେ ଶୁକ୍ର ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ କନ୍ୟା ରାଶିରେ ରହିବେ ।
ବୃଷ ରାଶି
ଅଗଷ୍ଟ ୧ରେ ହେବାକୁ ଥିବା ଶୁକ୍ରଙ୍କ ରାଶି ପରିବର୍ତ୍ତନର ପ୍ରଚୁର ଲାଭ ବୃଷ ରାଶିର ବ୍ୟକ୍ତିବିଶେଷଙ୍କୁ ମିଳିବ । ଏହି ଲୋକଙ୍କ ଅଟକି ରହିଥିବା କାମଗୁଡ଼ିକ ଗତିଶୀଳ ହେବ । ଏହାଦ୍ୱାରା ବୃଷ ରାଶିର ଲୋକଙ୍କ ମନ ପ୍ରସନ୍ନ ରହିବ । ପ୍ରେମ ଜୀବନରେ ପୂର୍ବ ଅପେକ୍ଷା ଅଧିକ ରୋମାଣ୍ଟିକ୍ ହେବ । ପରିବାର ସହିତ ଭଲ ସମୟ ବିତିବ । ଅନ୍ୟପଟେ ଆର୍ଥିକ ଲାଭ ହେବାର ମଧ୍ୟ ସମ୍ଭାବନା ରହିଛି ।
ଧନୁ ରାଶି
ଶୁକ୍ର ଗୋଚରର ଲାଭ ଧନୁ ରାଶିର ଲୋକେ ମଧ୍ୟ ଉଠାଇବେ । ଚାକିରି-ବ୍ୟବସାୟ କ୍ଷେତ୍ରରେ ଏହି ରାଶିର ଜାତକଧାରୀଙ୍କୁ ସଫଳତା ମିଳିବ । ପରିଶ୍ରମର ପୂରା ଫଳ ମିଳିବ । ସିନିୟରମାନେ କାର୍ଯ୍ୟର ପ୍ରଶଂସା କରିବେ, ଯାହାଦ୍ୱାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ । ଅନ୍ୟପଟେ କିଛି ଲୋକଙ୍କୁ ନୂଆ ଦାୟିତ୍ୱ ସହିତ କୌଣସି ଡିଲ୍ ପୂରଣ ହେବାର ଖୁସି ମିଳିବ ।
ବିଛା ରାଶି
ବିଛା ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ମଧ୍ୟ ଅଗଷ୍ଟ ୧ରୁ ଚମକିବାକୁ ଲାଗିବ । ଏହି ରାଶିର ଜାତକଙ୍କୁ ଅଟକି ରହିଥିବା ଟଙ୍କା ମିଳିବ । ଯେଉଁମାନେ ନୂଆ ଚାକିରି ଖୋଜୁଥିଲେ, ସେମାନଙ୍କୁ କୌଣସି ସ୍ଥାନରୁ ଭଲ ଖବର ମିଳିପାରେ । ବନ୍ଧୁଙ୍କ ସାହାଯ୍ୟରେ କୌଣସି ଭଲ କାମ ସମ୍ପନ୍ନ ହେବ । ଆପଣଙ୍କ ପ୍ରିୟଜନଙ୍କ ସହ ଭଲ ସମୟ ବିତାଇବାର ଅନେକ ସୁଯୋଗ ମିଳିବ ।
ମକର ରାଶି
ମକର ରାଶିର ଜାତକଙ୍କ ପାଇଁ ମଧ୍ୟ ଆଶ୍ୱସ୍ତିକର ଦିନ ଆସିବାକୁ ଯାଉଛି । ଶୁକ୍ର ଗୋଚର ଏହି ରାଶିର ଜାତକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ । ବାହାରକୁ ଯିବା ପାଇଁ ଯୋଜନା ହୋଇପାରେ । ଆର୍ଥିକ ମାମଲାରେ ଆଶ୍ୱସ୍ତି ମିଳିବ । ଆୟର ନୂଆ ମାଧ୍ୟମ ସୃଷ୍ଟି ହେବ, ଯାହାଦ୍ୱାରା ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେଉଥିବାର ଦେଖାଯିବ ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର ପ୍ରମାଣ ପ୍ରଦାନ କରେ ନାହିଁ।)
