ସାଲେପୁର: ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ଥିବା ଶ୍ରୀମୟୀ ମିଶ୍ର ପୁଣି ଫେରିଛନ୍ତି ଅଭିନୟ ଦୁନିଆକୁ। ଅଭିନେତ୍ରୀରୁ ନାରୀ ନେତ୍ରୀ, ଆଉ ଏବେ ପୁଣି ଅଭିନୟକୁ ଫେରିଛନ୍ତି ଶ୍ରୀମୟୀ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସାଲେପୁର ସ୍ଥିତ ଜଗନ୍ନାଥ ମନ୍ଦିର ଏବଂ ମା 'ସାହେଶ୍ୱରୀ ପୀଠ ପରିସରରେ ହୋଇଛି ଶ୍ରୀମୟୀଙ୍କ ଚଳଚ୍ଚିତ୍ର ‘ପଶାପାଲି’ର ଶୁଭ ମହୁରତ। ଏହି ଫିଲ୍ମ ବର୍ତ୍ତମାନ ସମୟରେ ରାଜନୈତିକ ପାଣିପାଗକୁ ନେଇ ପ୍ରସ୍ତୁତ ହେଉଛି ସିନେମା "ପଶାପାଲି" ଖେଳ ରାଜନୀତିର।

ଏବେକାର ରାଜନୀତିକୁ ନେଇ ଯେଉଁ ଭଳି ପରିସ୍ଥିତି ସୃଷ୍ଟି ହେଉଛି ତାହାର ନିଚ୍ଛକ ଚିତ୍ରଣ ଏହି ଚଳଚିତ୍ରରେ ଦେଖିବାକୁ ମିଳିବ। ଶ୍ରୀମୟୀଙ୍କ ରାଜନୈତିକ ଜୀବନ କିଭଳି ବାସ୍ତବ ଜୀବନରେ ପ୍ରଭାବିତ ହୋଇଥିଲା ବର୍ତ୍ତମାନ ରିଲରେ ଡବଲରୋଲରେ ଏହି ଚଳଚ୍ଚିତ୍ରରେ ଶ୍ରୀମୟୀ କରିବେ କମାଲ ।

Also Read: ସୁଜାତା କାର୍ତ୍ତିକେୟନ କେବଳ କର୍ମୀ ନା ଆଗକୁ ବଡ଼ ଦାୟିତ୍ଵ ସମ୍ଭାଳିବେ ? ଖୁଲାସା କରି ଦେଲେ ଟୁକୁନି ସାହୁ

ସାଲେପୁର ମିଠାର ଜନକ ବିକଳା ନନ୍ଦ କର ପ୍ରଡକ୍ସନ ନାମରେ ପ୍ରଯୋଜକ ପ୍ରଶାନ୍ତ କୁମାର କର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି। ଯାହାର ମୁଖ୍ୟ ଉପଦେଷ୍ଟା ରହିଛନ୍ତି ଦିଲ୍ଲୀପ କୁମାର ଦାସ। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସୋମ୍ୟାନ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । ଋତୁରାଜ, କ୍ରିଷ୍ଣା ବେଉରା, ଇରା ମହାନ୍ତି ଭଳି ନାମିଦାମୀ କଣ୍ଠଶିଳ୍ପୀ ଏହି ଚଳଚିତ୍ର ପାଇଁ କଣ୍ଠଦାନ କରିଛନ୍ତି।

ଚଳଚ୍ଚିତ୍ରରେ ଶ୍ରୀମୟୀ ମିଶ୍ର, ପୃଥ୍ୱୀରାଜ ନାୟକ, ଶୁଭ୍ରାଂଶୁ ନାୟକ, ଇତିଶ୍ରୀ, ରାଜଶ୍ରୀ ଓ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ଦୁଷ୍ମନ୍ତ ଅଭିନୟ କରୁଛନ୍ତି । ରାଜନୀତି ପୃଷ୍ଠାଭୂମି ଆଧାରିତ ଚଳଚିତ୍ର ଟି ପ୍ରଶାନ୍ତ କରକଙ୍କ ରଚିତ ପରିକଳ୍ପନା ପୁସ୍ତକ ଉପରେ ନିର୍ମିତ। ତେବେ ବର୍ତ୍ତମାନ ରାଜନୀତିର କିଛି ଚରିତ୍ରଙ୍କ ଛାୟା ଚରିତ୍ର ଏଥିରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ତେବେ ଅପେକ୍ଷା ଫିଲ୍ମ ରିଲିଜକୁ।