Shreyas Iyer: ୨୦୨୮ ଟି-୨୦ ବିଶ୍ଵକପର ସ୍ଵରୂପ କେମିତି ରହିବ, ଏହାକୁ ନେଇ ଏବେଠୁ ଯୋଜନାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ଭାରତ ୨୦୨୬ ଟି-୨୦ ବିଶ୍ଵକପ୍ ଜିତିଥିଲା। ତେବେ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଚୟନ କମିଟି ଶ୍ରେୟସ ଆୟରଙ୍କୁ ଟି-୨୦ ଦଳର ନେତୃତ୍ଵ ଦେବାକୁ ଚାହାନ୍ତି। ଏହାର ଅର୍ଥ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ଏବେ ବିପଦରେ। କାରଣ ସେ ଗତ ଅନେକ ମାସ ଧରି ଖରାପ ଫର୍ମ ଦେଇ ଗତି କରୁଛନ୍ତି।

ଆୟର ହେବେ ନୂଆ ଅଧିନାୟକ

ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ ସୂର୍ଯ୍ୟକୁମାର ଯାଦବଙ୍କ ପରେ ଟି-୨୦ ଦଳର ନେତୃତ୍ଵ ଦାୟିତ୍ଵ ଶ୍ରେୟସ ଆୟରଙ୍କୁ ଦିଆଯାଇପାରେ। ଶ୍ରେୟସଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗରେ ଅଧିନାୟକତ୍ଵର ଖୁବ ଅନୁଭବ ରହିଛି। ସେ ବର୍ତ୍ତମାନ ଆଇପିଏଲରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଅଛନ୍ତି।

Also Read: BCCI ନେବ ବଡ଼ ନିଷ୍ପତ୍ତି, ୨୦୨୭ ବିଶ୍ୱକପ୍ ଯାଏଁ ମିଳିପାରେ ଦାୟିତ୍ୱ !

ଆୟର ଭାରତ ପାଇଁ ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୩ରେ ଖେଳିଥିଲେ। ହେଲେ ଏବେ ସେ ଦଳର ଅଂଶ ନାହାନ୍ତି। ତାଙ୍କୁ ଡକାଇ ଅଚାନକ ଅଧିନାୟକ ଦାୟିତ୍ଵ ଦେବା ବହୁତ ବଡ଼ ନିଷ୍ପତ୍ତି ହୋଇପାରେ। ସଂପ୍ରତି ଟିମ୍ ମ୍ୟାନେଜମେଣ୍ଟର ନଜର ୨୦୨୭ ଦିନିକିଆ ବିଶ୍ଵକପ୍ ଉପରେ ରହିଛି। ତେଣୁ ଚୟନକର୍ତ୍ତାଙ୍କୁ ଟି-୨୦ ନେତୃତ୍ଵ ବିଷୟରେ ଚିନ୍ତା କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳି ଯାଇଛି।

ଆୟରଙ୍କ ଅଧିନାୟକ ଭାବେ ଅଭିଜ୍ଞତା

ଶ୍ରେୟସ ଆୟରଙ୍କ ନିକଟରେ ଅଧିନାୟକ ଭାବେ ବ୍ୟାପକ ଅଭିଜ୍ଞତା ରହିଛି। ୨୦୧୮ରେ ଆୟର ଦିଲ୍ଲୀ ଡେୟାରଡେଭିଲ୍ସର ଅଧିନାୟକ ହୋଇଥିଲେ। ତାଙ୍କ ଅଧିନାୟକତ୍ୱରେ, ଦିଲ୍ଲୀ ଦଳ IPL 2020ର ଫାଇନାଲରେ ପହଞ୍ଚିଥିଲା। ୨୦୨୨ରେ, ସେ କୋଲକାତା ନାଇଟ୍ ରାଇଡର୍ସରେ ଯୋଗ ଦେଇଥିଲେ ଏବଂ ଦୁଇ ବର୍ଷ ପରେ ୨୦୨୪ରେ ଆୟରଙ୍କ ଅଧିନାୟକତ୍ୱରେ KKR ଟ୍ରଫି ଉଠାଇଥିଲା।

Also Read: ଛାଡପତ୍ର ପୂର୍ବରୁ ଅଭିନେତ୍ରୀଙ୍କୁ ମେସେଜ କରିଥିଲେ ଚହଲ! ଏବେ ମାନହାନି ମାମଲା ରୁଜୁ କଲେ କ୍ରିକେଟର

ସେ ପଞ୍ଜାବ କିଙ୍ଗ୍ସର ଭାଗ୍ୟ ମଧ୍ୟ ବଦଳାଇ ଦେଇଛନ୍ତି। ୨୦୧୪ ପରଠାରୁ କେବେ ଫାଇନାଲରେ ପହଞ୍ଚି ନଥିବା ପଞ୍ଜାବ ଶ୍ରେୟସ ଆୟରଙ୍କ ନେତୃତ୍ଵ ଦକ୍ଷତା ପାଇଁ ୧୧ ବର୍ଷ ପରେ ଫାଇନାଲରେ ପହଞ୍ଚି ପାରିଥିଲା। ବର୍ତ୍ତମାନ, IPL 2026ରେ, ଆୟର ଅଧିନାୟକ ଭାବରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ଏପର୍ଯ୍ୟନ୍ତ ପଞ୍ଜାବ ହେଉଛି ଏକମାତ୍ର ଦଳ ଯିଏ ଚଳିତ ସିଜିନରେ ଅପରାଜିତ ରହିଛି ଏବଂ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।