ସାଉଥମ୍ପଟନ: ଶ୍ରେୟସ ଆୟର ଭାରତୀୟ ଟି-୨୦ ଟିମର କ୍ୟାପ୍ଟେନ୍ ହେବା ପରେ ଦୁର୍ଭାଗ୍ୟବଶତଃ ଗୋଟିଏ ବି ମ୍ୟାଚ୍ ଜିତି ପାରି ନହାନ୍ତି। ହେଲେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ ଟି-୨୦ କ୍ୟାପ୍ଟେନ ଭାବେ ପ୍ରଥମ ୭ଟି ମ୍ୟାଚରେ ଲଗାତର ଟସ୍ ଜିତି ରେକର୍ଡ କରିଛନ୍ତି। ତାଙ୍କ ପୂର୍ବରୁ ବିଶ୍ୱର ଅନ୍ୟ କୌଣସି ଖେଳାଳି ଟି-୨୦ କ୍ୟାପ୍ଟେନ୍ ହେବାର ପ୍ରଥମ ୭ଟି ମ୍ୟାଚ୍ରେ ଲଗାତର ଟସ୍ ଜିତିପାରି ନାହାନ୍ତି।

ଏହା ପୂର୍ବରୁ ଇଂଲଣ୍ଡର ବ୍ରିଷ୍ଟଲସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ଗୁରୁବାର (ଜୁଲାଇ ୯) ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଶ୍ରେୟସ ଆୟର ଟି-୨୦ ଆନ୍ତର୍ଜାତିକରେ ଅଧିନାୟକ ଭାବେ ନିଜର ପ୍ରଥମ ୬ଟି ମ୍ୟାଚରେ କ୍ରମାଗତ ଟସ୍ ଜିତି ପୂର୍ବରୁ ରେକର୍ଡ କରି ସାରିଥିଲେ। ଏଭଳି କରିବାରେ ସେ ବିଶ୍ୱର ପ୍ରଥମ ଟି-୨୦ କ୍ୟାପ୍ଟେନ୍ ହେବା ସହ ପାକିସ୍ତାନର ଅଲ୍ରାଉଣ୍ଡର ଶାଦାବ ଖାନଙ୍କ ରେକର୍ଡ ଭାଙ୍ଗିଥିଲେ। ଶାଦାବ ଅଧିନାୟକ ଭାବେ ନିଜର ପ୍ରଥମ ପାଞ୍ଚଟି ଟି-୨୦ ଆନ୍ତର୍ଜାତିକରେ କ୍ରମାଗତ ଭାବେ ଟସ୍ ଜିତିଥିଲେ।

ତେବେ ଟି-୨୦ କ୍ୟାପ୍ଟେନ ଭାବେ ଅନ୍ତର୍ଜାତୀୟ ମ୍ୟାଚରେ ଲଗାତରେ ୭ଟି ଟସ୍ ଜିତିବାରେ ଆୟର ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଏହା ପୂର୍ବରୁ ବିରାଟ କୋହଲି ମଧ୍ୟ କ୍ୟାପ୍ଟେନ୍ ଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଲଗାତର ଥର ଟସ୍ ଜିତିଥିଲେ। ଧୋନି ମେ ୨୦୧୦ରୁ ଫେବୃଆରୀ ୨୦୧୨ ମଧ୍ୟରେ ଲଗାତାର ୭ଟି ଟସ୍ ଜିତିଥିବାବେଳେ, ବିରାଟ କୋହଲି ଅଗଷ୍ଟ ୨୦୧୯ରୁ ଡିସେମ୍ବର ୨୦୧୯ ମଧ୍ୟରେ କ୍ରମାଗତ ୬ଟି ଟସ୍ ଜିତିଥିଲେ।

Also Read- ବ୍ରିଟେନରେ କୋହଲିଙ୍କ ପିଛା କରୁଛି କିଏ ? ବଡ଼ ଖୁଲାସା କଲେ RCBର ସାଥି ଖେଳାଳି

ଟି-୨୦ ଆନ୍ତର୍ଜାତିକରେ ଭାରତୀୟ ଅଧିନାୟକଙ୍କ ସର୍ବାଧିକ କ୍ରମାଗତ ଟସ୍ ବିଜୟ:

୭ – ଏମ୍.ଏସ୍. ଧୋନି (ମେ ୨୦୧୦ – ଫେବୃଆରୀ ୨୦୧୨)
୬ – ବିରାଟ କୋହଲି (ଅଗଷ୍ଟ ୨୦୧୯ – ଡିସେମ୍ବର ୨୦୧୯)
୭ – ଶ୍ରେୟସ ଆୟର (ଜୁନ୍ ୨୦୨୬ – ଜୁଲାଇ ୨୦୨୬)
୫ – ରୋହିତ ଶର୍ମା (ଫେବୃଆରୀ ୨୦୨୦ – ଫେବୃଆରୀ ୨୦୨୨)
୫ – ଏମ୍.ଏସ୍. ଧୋନି (ସେପ୍ଟେମ୍ବର ୨୦୦୭)