ଯାଜପୁର ୧୯।୪: ପିଲାଙ୍କୁ ପାଠ ପଢ଼ାଉନଥିଲେ । ମୋବାଇଲ ଦେଖୁଥିଲେ । ପିଲାଙ୍କୁ ଠିକ୍‌ରେ ଖାଇବାକୁ ବି ଦେଉନଥିଲେ । ସରକାରୀ କାର୍ଯ୍ୟରେ ଚରମ ଅବହେଳା । ଜାରି ହେଲା କାରଣ ଦର୍ଶାଅ ନୋଟିସ୍ । ୪ ଶିକ୍ଷକ/ଶିକ୍ଷୟିତ୍ରୀ ଦେବେ ଶୋ'କଜ୍‌ର ଜବାବ । ଯାଜପୁର ଜିଲ୍ଲା ଦଶରଥପୁର ଯଇନ୍ତରା ଆଶ୍ରମ ବିଦ୍ୟାଳୟର ଏଭଲି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଦଶରଥପୁର ଯଇନ୍ତରା ଆଶ୍ରମ ବିଦ୍ୟାଳୟର ୪ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ସରକାରୀ କାର୍ଯ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ । କାରଣ ଦର୍ଶାଅ ନୋଟିସ୍‌ର ତିନି ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

​​​​​​​Also Read:- ଦୁଇ ଦିନରେ BDA ଭାଙ୍ଗିଛି ୯୨୭ ଘର, ଦଲାଲଙ୍କ ଉପରେ କେବେ ହେବ ଆକ୍ସନ ?

ବିଦ୍ୟାଳୟରେ ପିଲାଙ୍କୁ ପାଠ ନପଢ଼ାଇ ମୋବାଇଲ ଦେଖିବା, ପିଲାଙ୍କୁ ଠିକ୍ ଠାକ୍‌ରେ ଖାଇବାକୁ ନଦେବା ସହ ଠିକ୍ ଟାଇମ୍‌ରେ କାର୍ଯ୍ୟ ନକରିବା ଅଭିଯୋଗ ଆସିବା ପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସମାଜ କଲ୍ୟାଣ ଅଧିକାରୀ । ଯଦି ତିନି ଦିନ ମଧ୍ୟରେ ଏହାର ଉତ୍ତର ନ ଦେଇପାରନ୍ତି ତେବେ ଗୋଟିଏ ଦିନର ଦରମା ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା ।