ଭୁବନେଶ୍ୱର ୧୯।୦୪ : ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ। ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ । ଜବରଦଖଲ ଥିବା ୬୧ ଏକର ଜମିକୁ ନିଜ ହେପାଜତକୁ ନେଇଛି। ଭଙ୍ଗା ଆରମ୍ଭରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ଜେସିବି ଆଗରେ ଶୋଇ ପ୍ରତିବାଦ କରିଥିଲେ। ଏପରିକି ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ପୋଲିସ କିଛି ବିକ୍ଷୋଭକାରୀଙ୍କୁ ଉଠାଇ ନେଇଥିଲା। ଏହା ପରେ ପୁଣି ଉଚ୍ଛେଦ ଆରମ୍ଭହୋଇଥିଲା।

Also Read:-IPL ଇତିହାସରେ ଅଭିଷେକ ଶର୍ମାଙ୍କ ନୂଆ ରେକର୍ଡ, ପଢନ୍ତୁ ପୁରା ଖବର

ବିଡିଏ ଏନ୍ ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଗୋଟିଏ ଦିନରେ ୭୩୯ ଘର ଭଙ୍ଗାଯାଇଛି। ଶୁକ୍ରବାର ୧୮୭ ଘର ଭଙ୍ଗାଯାଇଥିଲା। ବିଡିଏ ଏହି ଅଞ୍ଚଳରୁ ମୋଟ ୬୮ ଏକର ଜମିକୁ ନିଜ ହେପାଜତକୁ ନେଇ ତାରବାଡ଼ ବୁଲାଇବ। ଏଠାରେ ଆଉ ଥରେ ପାଚେରି ବୁଲା ଯିବ। ଏହାସହ ଅନଧିକୃତ ପ୍ରବେଶ ନିଷେଧ ବୋର୍ଡ ମାରିବ ବିଡିଏ। ଶହ ଶହ ପ୍ଲଟିଂ କରି ଦଲାଲମାନେ ଏହା ଜାଗାକୁ ସାଧାରଣ ଲୋକଙ୍କୁ ବିକ୍ରି କରି ଦେଇଥିଲେ। ଭୂ-ଦାନ କହି ମୁହଁରେ ହୋଇଥିଲା କବଲା। ଏହିପରି ଶହ ଶହ ଜମି ବିକ୍ରି ହୋଇଥିଲା। ଏନେଇ ବିଡିଏ ପକ୍ଷରୁ କ୍ରାଇମବ୍ରାଞ୍ଚରେ ମାମଲା ଦାୟର କରାଯାଇଥିଲା। ଏଥିରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ବେଳେ ତଦନ୍ତ ଭାର ଅର୍ଥନୈତିକ ଅପରାଧ ଶାଖାକୁ ଦିଆଯାଇଥିଲା। ହେଲେ ଏବେବି ଅନେକ ଦଲାଲ ଖୁଲମଖୁଲା ବୁଲୁଛନ୍ତି। ପ୍ରଶ୍ନ ଉଠୁଛି ଦଲାଲଙ୍କ ଉପରେ କେବେ ହେବ ଆକ୍ସନ ।