ବାରିପଦା ୧୧।୦୯ : ଅଡିଟ୍ ଅଫିସରଙ୍କୁ ବାନ୍ଧିଲା ପୋଲିସ । ୫ଲକ୍ଷ ଅଧିକ ଟଙ୍କା ନେଇଯିବା ସମୟରେ ମାଡ଼ିବସିଲା ଭିଜିଲାନ୍ସ । ଅଟକ ରଖି ଜେରା କରୁଛି ଭିଜିଲାନ୍ସ । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ସେନେଇ ମଧ୍ୟ ତଦନ୍ତ କରୁଛି ଭିଜିଲାନ୍ସ । 

ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ୨ ଅଡିଟ୍ ଅଫିସର୍ ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍। ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ବିଳମ୍ବିତ ରାତିରେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଅଡିଟ୍ ଅଫିସର୍ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ ଅଟକ। ଅଫିସରଙ୍କୁ ଅଧିକ ପଚରାଉଚରା ଲାଗି ରାତାରାତି ଭୁବନେଶ୍ୱର ଆଣିଛି ଭିଜିଲାନ୍ସ ଟିମ୍। ସପ୍ତାହେରୁ ଅଧିକ ଦିନ ହେବ ଲଜିଂରେ ରହି ଆସୁଥିଲେ ୨ ଅଡିଟ୍ ଅଫିସର୍ । ମୟୂରଭଞ୍ଜର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲ୍ ଅଡ଼ିଟ୍ ପାଇଁ ଆସିଥିଲେ।

Also Read:-ଓଡ଼ିଶାରୁ ଇଣ୍ଡୋନେସିଆ ଫେରିବେ ୫ ଓରାଙ୍ଗଉଟାନ୍ ! ଭାରତ ସରକାରଙ୍କ ସହ ସମନ୍ୱୟ ଆରମ୍ଭ କଲେ ଜାକର୍ତ୍ତା ସରକାର