ନୂଆଦିଲ୍ଲୀ-; ଟ୍ରେନରେ ଯାତ୍ରା କରୁଥିବା ସମୟରେ ସମସ୍ତଙ୍କର କିଛି ନା କିଛି ମଜାଦାର ଅନୁଭୂତି ନିହାତି ଥିବ l କେହି କେହି ଟ୍ରେନ ଯାତ୍ରା ସମୟରେ ବହି ପଢିବାକୁ ଭଲପାଉଥିବା ସମୟରେ ଆଉ କେହି ପ୍ରକୃତିକୁ ଉପଭୋଗ କରୁଥାନ୍ତି l କିଛି ଲୋକ କାନରେ ହେଡ଼ଫୋନ ଦେଇ ଗୀତ ଶୁଣିବାକୁ ମଧ୍ୟ ପସନ୍ଦ କରନ୍ତି l ଠିକ ସେଭଳି ଏକ ମଜାଦାର ଟ୍ରେନ ଯାତ୍ରାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି l ଟ୍ରେନର ବଗି ଭିତରେ କିଛି ଲୋକ ଗୀତ ଗାଈ ମଜା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି l ଗୀତର ତାଳେ ତାଳେ ଝୁମୁଛନ୍ତି ଉକ୍ତ ବଗିରେ ବସିଥିବା ସମସ୍ତ ଯାତ୍ରୀ l ଦ୍ରୁତ ବେଗରେ ଗତି କରୁଥିବା ଟ୍ରେନ ଭିତରେ ବାଦ୍ୟ ଓ ସଙ୍ଗୀତର ଅସାର ଜମୁଛି ଆଉ ସମସ୍ତେ ସେ ମାହୋଲକୁ ମନଭାରି ଉପଭୋଗ କରୁଛନ୍ତି l

also read - ପରକୀୟା ପ୍ରୀତିକୁ ନେଇ ପ୍ରତିକ୍ରିୟା ଦେଲେ ଅଭିନେତା ଗୋବିନ୍ଦା, ପତ୍ନୀ ସୁନୀତାଙ୍କ ସହ ସଂପର୍କ କେମିତି କହିଲେ

ମିଳିଥିବା ସୂଚନା ଅନୁସାରେ ଏକ ମିଉଜିକ ଟ୍ରୁପ ଟ୍ରେନରେ ଯାତ୍ରା କରୁଥିବା ସମୟରେ ସମସ୍ତ ଯାତ୍ରୀଙ୍କ ଅନୁମତି ନେଇ ସଙ୍ଗୀତ ପରିବେଷଣ କରିଥିଲେ l ପାଖରେ ଥିଲା ହାର୍ମୋନିଅମ ଓ ଢୋଲକି l ''ଜାନସେ ଗୁଜରତେ ହେଁ '' ଗୀତରେ ସମସ୍ତ ଯାତ୍ରୀ ଝୁମୁଥିଲେ l ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି l ପାଖରେ ଥିବା କିଛି ଯାତ୍ରୀ ଏହି ସୁନ୍ଦର ମୁହୂର୍ତ୍ତକୁ ମୋବାଇଲ କ୍ୟାମେରାରେ କଏଦ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି