ନୂଆଦିଲ୍ଲୀ, ୦୪/୦୬ : ନିବେଶକଙ୍କୁ ଆରମ୍ଭରୁ ଝଟକା । ଗୁରୁବାର ଭାରତୀୟ ସେୟାର ବଜାର ନିବେଶକ ତଥା ବିଭିନ୍ନ କମ୍ପାନୀ ପାଇଁ ଉଭୟ ଅଶୁଭ ଏବଂ ଶୁଭ ସଙ୍କେତ ଆଣିଦେଇଛି । ବଜାର ଆଜି ରେଡ୍ ଜୋନରେ ଖୋଲିଛି । ଅର୍ଥାତ ପୂର୍ବଦିନ ଅପେକ୍ଷା ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଯେ ରେଡ୍ ଜୋନ୍ ପରେ ଏଥିରେ ଚମକ ଆସିଛି । ଅର୍ଥାତ ସେନସେକ୍ସ-ନିଫ୍ଟି ଉପରକୁ ଉଠିଛି ।

ଗୁରୁବାର ବଜାର ଖୋଲିବା ପରେ ବିଏସଇ ସେନସେକ୍ସ ୫୦୦ ଅଙ୍କ ଖସି ଯାଇଥିଲା । କିନ୍ତୁ କିଛି ସମୟ ପରେ ଏହା ଉପରକୁ ଉଠିଥିଲା । ଏନଏସଇରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ସକାଳେ ସେନସେକ୍ସ ୭୪,୯୩୫ ଅଙ୍କରେ ଖୋଲିଥିଲା । ବୁଧବାର ଏହା ୭୪୩୪୬ରେ ବନ୍ଦ ହୋଇଥିଲା ।

ସେହିପରି ନିଫ୍ଟିଂ ବୁଧବାର ୨୩,୪୦୫ ଅଙ୍କରେ ବନ୍ଦ ହୋଇଥିବା ବେଳେ ଗୁରୁବାର ୨୩୨୮୨ ଅଙ୍କରେ ଖୋଲିଥିଲା । କିଛି ମିନିଟ୍ ମଧ୍ୟରେ ଏହା ୨୩,୨୪୭ ଅଙ୍କକୁ ଚାଲି ଆସିଥିଲା । ପରେ ଏହା ୨୩୩୨୨ ଅଙ୍କରେ କାରବାର କରିଥିଲା ।

ଗ୍ରୀନ୍ ଜୋନରେ ଖୋଲିଥିଲେ ଏହି ସବୁ କମ୍ପାନୀ

ଗୁରୁବାର ବଜାର ଖୋଲିବା ସମୟରେ କୋଲ୍ ଇଣ୍ଡିଆ, ଅଦାନୀ ଏଣ୍ଟରପ୍ରାଇସେସ, ଗ୍ରାସିମ୍, ଓଏନଜିସି, ଅଦାନୀ ପୋର୍ଟସ ଆଦି ଗ୍ରୀନ୍ ଜୋନରେ ଓପନ୍ ହୋଇଥିଲେ । ସେହିପରି ଇନଫୋସିସ, ଏଚସିଏଲ ଟେକ୍, ସିପଲା, ଆଇଚର୍ ମୋଟର୍ସ ଆଦି କମ୍ପୀନର ସେୟାର ରେଡ୍ ଜୋନରେ ଖୋଲିଥିଲା ।