ତେହେରାନ, ୧୦/୦୯ : ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । କେହି କାହାରିକୁ ଛାଡିବାକୁ ନାରାଜ । ପରସ୍ପର ଉପରେ ମିସାଇଲ ଏବଂ ଡ୍ରୋନରେ ଆକ୍ରମଣ କରୁଛନ୍ତି । ଏହାରି ଭିତରେ ଜୋର୍ଡାନରେ ଥିବା ୟୁଏସ ସାମରିକ ବେସକୁ ତେହେରାନ ଟାର୍ଗେଟ୍ କରିଛି । ବାଲିଷ୍ଟିକ୍ ମିସାଇଲରେ ଆଟାକ୍ କରିଛି । ଫଳରେ ୟୁଏସର ଭୟଙ୍କର କ୍ଷତି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ସିବିଏସର ରିପୋର୍ଟ ଅନୁସାରେ, ଜୋର୍ଡାନରେ ୟୁଏସ ବେସର ଫଟୋ ଆକ୍ରମଣ ପରେ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ, ଏକ ଥଣ୍ଡରବୋଲ୍ଟ ଏ-୧୦ର ଏକ ଡେଣା ଭାଙ୍ଗି ଯାଇଛି । ଅନେକ ଏଫ୍-୧୫ ବିମାନ କ୍ଷତିଗ୍ରସ୍ତ ହୋଇଛି । ଏପରି ଭାବେ ଅନେକ ଯୁଦ୍ଧ ବିମାନ ଆଉଟ୍ ଅଫ୍ ସର୍ଭିସ ହୋଇଯାଇଛି ।

ଇରାନର ଆକ୍ରମଣ ପରେ ଆମେରିକା ଚୁପ୍ ବସିନଥିଲା । ପାଟ୍ରିଅଟ୍ ମିସାଇଲ୍ ମାଡ଼ କରିଥିଲା । ପ୍ରଥମେ ୟୁଏସ ଫୋର୍ସ ଖାର୍ଗ ଦୀପ ନିକଟରେ ୫ଟି ଇରାନୀ ତୈଳ ଟ୍ୟାଙ୍କରୁ ଟାର୍ଗେଟ୍ କରି ଧ୍ୱଂସ କରିଦେଇଥିଲା । ଯାହା ପରେ ଇରାନର ଆଇଆରଜିସି ଅଧିକ ଆକ୍ରମଣାତ୍ମକ ହୋଇ ପ୍ରତି ଜବାବ ଦେଇଥିଲା । ଏହାସହ ଦୁଇଟି ୟୁଏସ ଓ୍ୱାରସିପ୍ ଏବଂ ୮ଟି ଟ୍ୟାଙ୍କରକୁ ସେମାନେ ନଷ୍ଟ କରିଦେଇଛନ୍ତି ।

Also Read :- ଫିଲିପାଇନ୍ସରେ ବଡ ଅଘଟଣ; ପର୍ଯ୍ୟଟନ ସ୍ଥଳରେ ଥିବା ଡଙ୍ଗାରେ ଭୟାବହ ଅଗ୍ନିକାଣ୍ତ, ୫ ମୃତ, ୮୦ରୁ ଅଧିକ ଆହତ

ଆଇଆରଏନଏର ରିପୋର୍ଟ ଅନୁସାରେ, ଆଇଆରଜିସି ଜୋର୍ଡାନରେ ଥିବା ଅଲ୍ ଅଜରକ୍ ବେସକୁ ଟାର୍ଗେଟ୍ କରିଥିଲା । ଭୟଙ୍କର ମିସାଇଲ୍ ମାଡ଼ କରାଯାଇଥିଲା । ଜୋର୍ଡାନ ମଧ୍ୟ ଘଟଣାକୁ ସ୍ପଷ୍ଟ କରିଥିଲା । ଅନେକ ଇରାନର ମିସାଇଲକୁ ଆକାଶାରେ ହିଁ ଇଣ୍ଟରସେପ୍ଟ୍ କରାଯାଇଥିବା ଜୋର୍ଡନ ସରକାର ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି ।