ଜଗତସିଂହପୁର: ଡିଆରଡିଏ ମହିଳା ୱାସରୁମରେ ଲଗାଇଯାଇଥିଲା ସିକ୍ରେଟ କ୍ୟାମେରା। କ୍ୟାମେରା ଉଦ୍ଧାର ହେବା ପରେ ଏବେ ଚାଞ୍ଚଲ୍ୟ। ଏଭଳି ଘଟଣା ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ। ଘଟଣା ଜଣାପଡିବା ପରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି।

ପୋଲିସର ତଦନ୍ତ ଜାରି ରହିଛି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ । ଏହା ଜିଲ୍ଲା ଓ ସାରା ରାଜ୍ୟ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଖବର ସେ କହିଛନ୍ତି।

also read- ରାତିରେ ଶୋଇନୁ ମାନେ ତମକୁ ଛାଡିବୁନି: ଇଲେକ୍ଟ୍ରି ସଜାଡିବାକୁ ଆସିଥିବା କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଦେଲେ ଗାଁଲୋକ

ସେ କହିଛନ୍ତି ଯେ ମହିଳା ଓ୍ୱାସ୍ ପୁମରେ କିଏ ସିସିଟିଭି ଲଗାଇଛି, ତାହା ଜଣାପଡ଼ିନାହିଁ। ଷ୍ଟାଫମାନଙ୍କ ହାତ ରହିଛି କି ନାହିଁକି ତାହା ବି ଜଣାପଡ଼ିନାହିଁ। ଏନେଇ ଏସପିଙ୍କୁ ଏତଲା ଦିଆଯାଇଛି। ତଦନ୍ତ ଚାଲିଛି, ଯେଉଁମାନେ ଏ କାର୍ଯ୍ୟରେ ଲିପ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।