ଭୁବନେଶ୍ବର ୨୮।୫: ଏୟାରଫିଲ୍ଡ ଥାନା ଆଜାଦ ନଗର ବୋମା ବିସ୍ଫୋରଣ ମାମଲାରେ ଦ୍ହିତୀୟ ଥର ଏୟାରଫିଲ୍ଡ ଥାନାରେ NIA ଟିମ୍ । ବୁଧବାର ଦିନ ଜବତ ହୋଇଥିବା ସ୍କୁଟିକୁ ଫୋରେନସିକ୍ ଟିମ୍ ଦ୍ବାରା ଯାଞ୍ଚ କରିଥିଲା NIA ଟିମ୍ । ସ୍କୁଟିରେ ବୋମା ତିଆରି ପାଇଁ କିଛି ସାମଗ୍ରୀ ଆସିଥିଲା କି ? କିଛି ନମୁନା ଅଛି କି ? ସେ ସବୁକୁ ନେଇ ତଦନ୍ତ ଚାଲିଛି । NIA ଓ ସାଇଣ୍ଟଫିକ୍ ଟିମ୍ ଏୟାରଫିଲ୍ଡ ଆନାର ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରିଥିବା ପୋଲିସ ନିକଟରୁ କିଛି ତଥ୍ୟ ହାସଲ କରିଥିଲେ ।

Also Read:- ଗାଁରେ ବୁଲୁଛନ୍ତି ୫ ଟିକିଆ ହାତୀପଲ, ଟେନ୍‌ସନ୍‌ରେ ବନବିଭାଗ

ଏୟାରଫିଲ୍ଡ ଥାନା ଆଜାଦ ନଗରରେ ଜାନୁଆରୀ ୨୭ରେ ଦୁଇ ମହଲା ଉପରେ ବୋମା ବିସ୍ଫୋରଣ ହେଇଥିଲା । ବୋମା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ସହ ତା ମା’ର ମୃତ୍ୟୁ ହୋଇଥିଲା । ସାଙ୍ଗ ଅମିୟ ମଲ୍ଲିକ ଓ ସେହେନବାଜଙ୍କ ବାନ୍ଧବୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଏୟାରଫିଲ୍ଡ ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ପରେ NIA ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଥିଲା ।