ଭୁବନେଶ୍ବର ୧୫।୬: ସିଟ୍ ବେଲ୍ଟ ଓ ହେଲମେଟ୍ ଚେକିଂ ହେବ କଡ଼ାକଡ଼ି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଅମାନିଆ ଲୋକଙ୍କ ଉପରେ କଟକଣା ଲାଗୁ ହୋଇଛି । କିଛି ଅମାନିଆ ଏହାକୁ ପାଳନ କରୁନାହାନ୍ତି । ଅମାନିଆ ଗାଡ଼ି ଚାଳକଙ୍କୁ ମନ୍ତ୍ରୀଙ୍କ ନିବେଦନ, ସୁରକ୍ଷିତ ଗାଡି ଚଲାନ୍ତୁ ଅନ୍ୟର ଜୀବନ ପ୍ରତି ବିପଦ ସୃଷ୍ଟି ନ କରନ୍ତୁ । ଆମେ ସମସ୍ତଙ୍କୁ ପରାମର୍ଶ ଦେଉଛୁ ଏହାକୁ ପାଳନ କରିବାକୁ । ଦୁର୍ଘଟଣା ରୋକିବାକୁ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଉଛି ।

Also Read:- ୮୦ ବର୍ଷୀୟ ସମ୍ବାରୁ ଏମିତି କିଛି କରି ପୂରା ଦୁନିଆକୁ କହିଦେଲେ, ମୁଁ ବି ସାହାଯ୍ୟ କରିପାରେ...

ସେପଟେ, ସରକାରୀ ଅଧିକାରୀଙ୍କ ଗାଡି ବ୍ୟବହାର କଟକଣା ଉପରେ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ତୈଳ ଖର୍ଚ୍ଚ ୧୦ ପ୍ରତିଶତ କମାଇବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । EV ଗାଡି ବ୍ୟବହାର କରିବାକୁ କୁହାଯାଇଛି । ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ଦିଆଯାଇଛି । ଆଉ ପେଟ୍ରୋଲ-ଡିଜେଲ ଗାଡି କିଣାଯିବ ନାହିଁ । କାରକେଡ୍ ମଧ୍ୟ କମେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ କାର୍ଯ୍ୟକାରୀ କରାଯାଇଛି ।