ମାଲକାନଗିରି : ସାହାଯ୍ୟ କରିବାକୁ କେବଳ ମନୋବଳ ଦରକାର, ବୟସ ନୁହେଁ। ଏଠି ବି ଘଟିଛି ସେମିତି କିଛି। ସାହାଯ୍ୟ କରିବାର ମନୋବୃତ୍ତି ଆଗରେ ହାର ମାନିଛି ବୟସ । ଜୀବନ ବଞ୍ଚେଇ ମହିଳାଙ୍କୁ ମୃତ୍ୟୁ ମୁଖରୁ ଛଡେଇ ଆଣିଛନ୍ତି ୮୦ ବର୍ଷୀୟ ସମ୍ବାରୁ । କିନ୍ତୁ ବଡ଼ ଦୁଃଖର କଥା ଚାଲି ଯାଇଛି ତାଙ୍କ ଜୀବନ।

ମାଲକାନଗିରି ଜିଲ୍ଲା ପଦ୍ମଗିରି ପଞ୍ଚାୟତ ଅନ୍ତର୍ଗତ ଜଦୁଗୁଡା ଗ୍ରାମର ଯୋଗିନୀ ପଡିଆମି । ଏହି ମହିଳା ଜଣକ ଏକ ବାଉଁଶ ବାଡ଼ି ସାହାଯ୍ୟରେ ମହୁଲ ଗଛରୁ ଟୋଲା ତୋଳୁଥିଲେ। ଏହି ସମୟରେ ସେହି ଗଛ ଉପର ଦେଇ ଯାଇଥିବା ୧କେଭି ବିଦ୍ୟୁତ ତାର ସଂଯୋଗରେ ଆସି ଛଟପଟ ହେଉଥିଲେ ମହିଳା ଜଣକ। ସେ ସମୟରେ ସେଠାରେ ଉପସ୍ଥିତ ଥିବା ସମ୍ୱାରୁ ମାଡ଼କାମୀ ନାମକ ଜଣେ ବୃଦ୍ଧ ନିଜ ଜୀବନକୁ ଖାତିର ନ କରି ସେହି ମହିଳାଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁଃଖର କଥା ସମ୍ବାରୁ ଯୋଗିନୀର ଜୀଵନ ସିନା ବଞ୍ଚେଇ ଦେଲେ ହେଲେ ନିଜେ ସେହି ବାଉଁଶରେ ଲାଗି ନିଜ ଜୀବନ ହରେଇଲେ ।

Also Read- ଏମିତି ବି ଆସେ ମୃତ୍ୟୁ ! ତାସ୍ ଖେଳରେ ସେମିପାଇନାଲ ଜିତିଲେ, ଫାଇନାଲ ବେଳେ ଚାଲିଗଲା ଜୀବନ

ସମ୍ବାରୁ ସିନା ଚାଲିଗଲେ। ହେଲେ ମୃତ୍ୟୁ ପୂର୍ବରୁ ଏକ ମହତ କାମ କରିଦେଲେ। ଆଉ ପୂରା ଦୁନିଆକୁ କହିଦେଲେ ମୁଁ ବି ଜୀବନ ବଞ୍ଚେଇ ପାରେ। ଆଜିର ଦୁନିଆରେ ଯେଉଁଠି ଲୋକମାନେ ମାନବିକତା ଭୁଲି ଗଲେଣି ସେଠି ଆନ୍ୟର ଜୀବନ ବଞ୍ଚେଇ ନିଜ ଜୀବନକୁ ବାଜି ଲଗାଇଦେବା ନିହାତି ଭାବେ ବିରଳ ଓ ସମାଜ ପାଇଁ ଏକ ଉଦାହରଣ ମଧ୍ୟ।