ସୁନ୍ଦରଗଡ଼ ୨୪।୧୦ : ଚିନ୍ତା ବଢାଇଛି ସ୍କ୍ରବ୍ ଟାଇଫସ । ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍ । ଟାଙ୍ଗରପାଲି ବ୍ଲକ ଉଜ୍ଜ୍ୱଳପୁର ଗାଁର ଜଣେ ବୃଦ୍ଧଙ୍କ ସ୍କ୍ରବ୍ ଟାଇଫସ୍ରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ହରିହର ପଟ୍ଟା, ତାଙ୍କ ବୟସ ୬୩ ବର୍ଷ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ହରିହର ବିଲରେ କାମ କରୁଥିବା ବେଳେ ଏକ ପୋକ କାମୁଡ଼ି ଦେଇଥିଲା । ସେ ଘରକୁ ଫେରି ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଇଥିଲା । ଶୁକ୍ରବାର ଅପରାହ୍ଣ ପ୍ରାୟ ୧ ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରୀକ୍ଷଣ ରିପୋର୍ଟରୁ ସେ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ଉଜ୍ଜ୍ୱଳପୁର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ତଥାପି ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗ ବେପରୁଆ ଥିବା ଅଭିଯୋଗ ହେଉଛି ।

Also Read:-ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ବାହିନୀର ଜୋରଦାର ପ୍ରସ୍ତୁତି, ଟାର୍ଗେଟ୍‌ ଜିରୋ କାଜୁଆଲିଟି

ଟାଙ୍ଗରପାଲି ବ୍ଲକ ତଥା ମଙ୍ଗସପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ନିଆଯାଉନାହିଁ । ଅନ୍ୟପଟେ ସ୍କ୍ରବ୍ ଟାଇଫସ୍ରେ ହରିହରଙ୍କ ମୃତ୍ୟୁ ଘଟିବା ନେଇ କୌଣସି ସୂଚନା ନ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ନୂତନ କୁଜ୍ଜୁର କହିଛନ୍ତି