ନୂଆଦିଲ୍ଲୀ: କେବେବି ଅସ୍ତ ହୁଏନି ସୂର୍ଯ୍ୟ । ଗୋଟିଏ ବର୍ଷ ମାତ୍ର ୧୧ ଘଣ୍ଟା ସଦୃଶ । ମହାକାଶରେ ଠା​​​​​​​ବ ହୋଇଛି 'ନର୍କ ଭଳି' ଗ୍ରହ । ଯାହା ବୈଜ୍ଞାନିକମାନଙ୍କୁ ବି କରିଛି ଆଶ୍ଚର୍ଯ୍ୟ ଚକିତ । ଏଠାରେ ଥିବା ଲାଭା ସମୁଦ୍ର, ବିନା ରାତିର ଆକାଶ ଓ ଉପସ୍ଥିତ ବାୟୁମଣ୍ଡଳ ଏହାକୁ ଅସାଧାରଣ ବା ଅନନ୍ୟ କରିଛି । ବୈଜ୍ଞାନିକମାନେ ମହାକାଶରେ ଏକ ଅନନ୍ୟ ଓ ରହସ୍ୟମୟ ଗ୍ରହ ଆବିଷ୍କାର କରିଛନ୍ତି, ଯାହାକୁ କୁହାଯାଉଛି "ସୁପର ଆର୍ଥ" । ଏହି ଗ୍ରହର ନାମ TOI-୫୬୧- b । ଏହାର ସବୁଠାରୁ ଆଶ୍ଚର୍ଯ୍ୟଜନକ ବୈଶିଷ୍ଟ୍ୟ ହେଉଛି ଯେ ଏଠାରେ ରହିଛି ଲାଭାର ବିଶାଳ ମହାସାଗର ରହିଛି । ଏହାର ଗୋଟିଏ ଅଂଶ ସର୍ବଦା ଦିବାଲୋକରେ ପ୍ରକାଶିତ ହୁଏ। ଏହି ଗ୍ରହ ପୃଥିବୀଠାରୁ ପ୍ରାୟ ୫୬୦ ଆଲୋକବର୍ଷ ଦୂରରେ ଏକ ଗାଲାକ୍ସିରେ ଅବସ୍ଥିତ।

ଲାଭାର ମହାସାଗର, ତାପମାତ୍ରା ସର୍ବାଧିକ । କହିବାକୁ ଗଲେ ଗ୍ରହର ତାପମାତ୍ରା ପ୍ରାୟ ପହଞ୍ଚିଯାଏ ୧୮୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ । ଯାହା ଫଳରେ ଏହାର ସତ୍ତା ସମ୍ପୂର୍ଣ୍ଣ ଭାବରେ ତରଳିଯାଏ । ପୁରା ପୁରି ଲାଭାରେ ଆଚ୍ଛାଦିତ ହୋଇଯାଏ। ବୈଜ୍ଞାନିକଙ୍କ କହିବା ମୁତାବକ, ଏହା "ମ୍ୟାଗ୍ମା ମହାସାଗର" ରେ ହୋଇଛି ପରିଣତ । ଏତେ ମାତ୍ରାରେ ଉତ୍ତାପ ସତ୍ତ୍ୱେ, ଘନ ବାୟୁମଣ୍ଡଳର ଉପସ୍ଥିତି ବୈଜ୍ଞାନିକମାନଙ୍କ ପାଇଁ କୌଣସି ରହସ୍ୟଠୁ କମ୍ ନୁହେଁ । କାରଣ ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଏତେ ଗରମ ଗ୍ରହଗୁଡ଼ିକ ବାୟୁମଣ୍ଡଳ ବଜାୟ ରଖିବା ଅସମ୍ଭବ ।

Also Read...ଯଦି ମନୁଷ୍ୟ ଅଦୃଶ୍ୟ ହୋଇଯାଏ, କେଉଁ ପ୍ରାଣୀ ପୃଥିବୀକୁ ଦଖଲ କରିବ? ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା

TOI-561 b ଗ୍ରହ, ତାର ନକ୍ଷତ୍ର ଗୁଡିକର ବହୁତ ନିକଟତର । ତେଣୁ ଏହା ବହୁତ ଶୀଘ୍ର ପରିକ୍ରମା କରିପାରେ । ଏଠାରେ ଏକ ବର୍ଷ କେବଳ ୧୧ ଘଣ୍ଟା ସହିତ ସମାନ। ଗ୍ରହର ଗୋଟିଏ ପାର୍ଶ୍ୱ ସର୍ବଦା ସୂର୍ଯ୍ୟ ଆଡ଼କୁ ମୁହଁ କରିଥାଏ । ତେଣୁ କେବେ ରାତି ଅନୁଭବ ହୁଏ ନାହିଁ। ତଥାପି, ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ବାୟୁମଣ୍ଡଳ ଅନ୍ୟ ପାର୍ଶ୍ୱକୁ ମଧ୍ୟ ତାପ ପ୍ରସାରଣ କରେ। ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ରୁ ମିଳିଥିବା ତଥ୍ୟ ଅନୁସାରେ, ଗ୍ରହର ବାୟୁମଣ୍ଡଳରେ ପାଣି, ଅମ୍ଳଜାନ ଓ କାର୍ବନ ଡାଇଅକ୍ସାଇଡ୍ ଭଳି ଗ୍ୟାସ୍ ଥାଇପାରେ। ଏହି ଆବିଷ୍କାର ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପୂର୍ବରୁ ସମ୍ଭବ ବୋଲି ବିବେଚନା କରାଯାଉନଥିଲା। ଏହି ଗ୍ରହଟି ୨୦୨୧ ମସିହାରେ TESS ମିଶନ ଦ୍ୱାରା ଆବିଷ୍କୃତ ହୋଇଥିଲା। ବୈଜ୍ଞାନିକମାନେ ପରେ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ବ୍ୟବହାର କରି ଏହାକୁ ଅଧିକ ବିସ୍ତାରିତ ଭାବରେ ଅଧ୍ୟୟନ କରିଥିଲେ ।

ସାଇନ୍ସ ଡେଲି ଅନୁଯାୟୀ, ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଗ୍ରହରେ ଲାଭା ଓ ବାୟୁମଣ୍ଡଳ ମଧ୍ୟରେ ଏକ ସନ୍ତୁଳନ ରହିଛି । ଯେଉଁଠାରେ ଗ୍ୟାସଗୁଡ଼ିକ ନିର୍ଗତ ହୁଏ ଓ ତାପରେ ପୁନର୍ବାର ପ୍ରବେଶ କରେ। ଏହି ଗ୍ରହଟି ପ୍ରାୟ ୧୦ ବିଲିୟନ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ । ଯାହା ଆମ ସୂର୍ଯ୍ୟ ଅପେକ୍ଷା ପ୍ରାୟ ଦୁଇଗୁଣ ପୁରୁଣା । ଏହାର ଅସ୍ତିତ୍ୱ ସୂଚାଇ ଦିଏ ଯେ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ସମୟରେ ପଥର ଗ୍ରହଗୁଡ଼ିକ ଗଠନ ଆରମ୍ଭ ହୋଇଥିଲା। ଏହି ଆବିଷ୍କାର ବୈଜ୍ଞାନିକମାନଙ୍କ ପୁରୁଣାକାଳିଆ ଚିନ୍ତାଧାରକୁ ବି ଚ୍ୟାଲେଞ୍ଜ କରିଛି । ପ୍ରମାଣ କରି ଦେଖାଇଛି ଯେ ମହାକାଶରେ ଏବେ ବି ବହୁତ କିଛି ଅଛି ଯାହା ବୁଝିବା କଷ୍ଟକର ।