ନୂଆଦିଲ୍ଲୀ ୨୮/୦୩: ଡାଇନୋସର ପରି ପୃଥିବୀରୁ ଦିନେ ମଣିଷ ସମାଜବି ବିଲୁପ୍ତ ହୋଇଯିବ । କିନ୍ତୁ ଏହା ପରେ ପୃଥିବୀ ଉପରେ କାହାର ଦବ୍‌ଦବା ରହିବ । ଏମିତି ସ୍ଥିତିରେ ମଣିଷ ବିନା ପୃଥିବୀ କେମିତି ହେବ । ମଣିଷ ପରେ ଏଠାରେ କିଏ ରାଜ୍‌ କରିବ । ଏହି ପ୍ରଶ୍ନ ଯେତିକି ଆକର୍ଷଣୀୟ ସେତିକି ଚିନ୍ତାର କାରଣ ବି ହୋଇଛି । ବର୍ଷ ବର୍ଷ ଧରି ଗବେଷଣା ପରେ ବୈଜ୍ଞାନିକମାନେ ଏହା ବାହାର କରିପାରିଛନ୍ତି କେଉଁ ପ୍ରାଣୀ ପ୍ରଜାତି ପୃଥିବୀର ସବୁଠାରୁ ପ୍ରଭାବଶାଳୀ ଜୀବନ ଭାବରେ ମଣିଷ ପରେ ଆସିବେ । ତେବେ ସବୁଠାରୁ କୌତୁହଳର ବିଷୟ ହେଉଛି ଗୋଟିଏ ପ୍ରଜାତି ସଂପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପରିବର୍ତ୍ତେ ଅନେକ ପ୍ରଜାତି ପୃଥିବୀ ଦଖଲ ପାଇଁ ପ୍ରତିଯୋଗିତା କରିବେ ।ଗବେଷକମାନେ ଏପରି ଅନେକ ପ୍ରାଣୀ ପ୍ରଜାତିଙ୍କ ନାଁ କହିଛନ୍ତି ଯାହା ମଣିଷ ନଥିବା ପରିବେଶରେ ସଫଳ ହେବେ ।ବୈଜ୍ଞାନିକଙ୍କ ରିସର୍ଚ୍ଚ ଏକ ଏମିତି ଭବିଷ୍ୟତର ଝଲକ ଦେଖାଇଛି  

​​​​​​​

ଜଣେ ବୈଜ୍ଞାନିକଙ୍କ ତଥ୍ୟ ମୁତାବକ ଯେତେବେଳେ ମଣିଷ ଏହି ପୃଥିବୀରେ ମହଜୁଦ ରହିବେନି ଏହି ସବୁ ଜୀବମାନେ ପୃଥିବୀକୁ ଟେକଓଭର କରିପାରନ୍ତି । ଯୁଦ୍ଧ ବଳୟରେ ଏବେ ପୃଥିବୀ । ତୀବ୍ରବେଗରେ ଜଳବାୟୁ ପରିବର୍ତ୍ତନ ହେଉଛି । ମଣିଷ ନିଜକୁ ଧ୍ବସଂ କରିବାର ମୋଡରେ ଠିଆ ହୋଇଛି । ବୈଜ୍ଞାନିକଙ୍କ ବିଚାର ଏକ ଏମିତି ଭବିଷ୍ୟତର ଝଲକ ଦେଖାଇଥାଏ ।ବର୍ଷ ବର୍ଷ ଧରି ଗବେଷଣା ପରେ ବୈଜ୍ଞାନିକମାନେ ଏହା ବାହାର କରିପାରିଛନ୍ତି କେଉଁ ପ୍ରାଣୀ ପ୍ରଜାତି ପୃଥିବୀର ସବୁଠାରୁ ପ୍ରଭାବଶାଳୀ ଜୀବନ ଭାବରେ ମଣିଷ ପରେ ଆସିବେ ।

ମୂଷା

ସାରା ବିଶ୍ବର ପ୍ରାୟ ସମସ୍ତ ମହାଦେଶରେ ଏହି ଛୋଟିଆ ପ୍ରାଣୀ ମୂଷା ବାସ କରିଥାଏ । ଏହି ପ୍ରଜାତି ଅନୁକୂଳନ କ୍ଷମତା, ବୁଦ୍ଧିମତା ଏବଂ ବିଭିନ୍ନ ପରିବେଶଗତ ପରିସ୍ଥିତିରେ କାର୍ଯ୍ୟ କରିବାର କ୍ଷମତା ରଖନ୍ତି । ଖାସ୍‌ ଏହି କାରଣ ପାଇଁ ମଣିଷ ପରବର୍ତ୍ତୀ ପରିବେଶରେ ଏମାନେ ଖାପଖୁଆଇ ଚଳିପାରିବେ ।

ଅସରପା

ଶହ ଶହ ବର୍ଷ ଧରି ପୃଥିବୀରେ ଅସ୍ତିତ୍ବରେ ଅଛନ୍ତି । ବିବିଧ ପରିବେଶରେ ବଞ୍ଚିବାର କ୍ଷମତା, ଖାଦ୍ୟପେୟ ନମନୀୟତା ଏବଂ ସ୍ଥିର ପ୍ରକୃତି ସେମାନଙ୍କୁ ବିଭିନ୍ନ ପରିବେଶଗତ ପରିବର୍ତ୍ତନ ମାଧ୍ୟମରେ ବଞ୍ଚିବା କ୍ଷମତାକୁ ବଜାୟ  ରଖିବାରେ ସକ୍ଷମ ହୋଇଥାନ୍ତି ।

ଅକ୍ଟୋପସ

ସମୁଦ୍ର ଜୀବ ଅକ୍ଟୋପସକୁ ସବୁଠାରୁ ବୁଦ୍ଧିମାନ ବୋଲି ବିବେଚନା କରାଯାଏ । ସମସ୍ୟା ସମାଧାନ କରିବାରେ ସେମାନଙ୍କର କ୍ଷମତା ବେଶ ଭଲ । ଏଥିସହ ପରିବର୍ତ୍ତିତ ସାମୁଦ୍ରିକ ପରିବେଶ ସହ ଖାପ ଖୁଆଇବାର ଦକ୍ଷତା ଅକ୍ଟୋପସ ପାଖରେ ରହିଛି ।

କାଉ

ଚତୁର ପକ୍ଷୀମାନଙ୍କ ମଧ୍ୟରେ କାଉର ନାଁ ଆସିଥାଏ । ସାମାଜିକ ବୁଦ୍ଧିମତା ଏବଂ ବିଶ୍ବବ୍ୟାପୀ ବଣ୍ଟନ ପ୍ରକୃତି ଯୋଗୁ ସେମାନେ ଉଭୟ ଜଙ୍ଗଲ ଓ ସହରାଞ୍ଚଳରେ ରହିବାର ପାୱାର ରଖିଥ।

ପିମ୍ପୁଡି

ପିମ୍ପୁଡିମାନେ ସବୁବେଳେ ସ୍ଥଳଭାଗ ପରିସଂସ୍ଥା ଉପରେ ପ୍ରଭାବ ପକାଇଥାନ୍ତି ।ସେମାନେ ସବୁବେଳେ ଏକାଠି ଦଳ ହୋଇ କାମ କରିବାକୁ ଭଲ ପାଆନ୍ତି । ସେମାନଙ୍କର ଦକ୍ଷତା ପରିବେଶ ସହ ଖାପଖୁଆଇ ଚଳିବାରେ ସହାୟକ ହୋଇଥାଏ ।

ଘୁଷୁରୀ

ଉଭୟ ଘରୋଇ ଓ ବଣୁଆ ଘୁଷୁରୀ ଯେ କୌଣସି ପ୍ରକାର ପ୍ରାକୃତିକ ବାସସ୍ଥାନରେ ବଞ୍ଚିବା ଶିଖିଯାଆନ୍ତି । ଏହି ପ୍ରଜାତି ଏହାର ଦ୍ରୁତ ପ୍ରଜନନ ହାର ମାଧ୍ୟମରେ ଜନସଂଖ୍ୟା ବୃଦ୍ଧି ପ୍ରଦର୍ଶନ କରେ ।

ରାକୁନ

ରାକୁନ ଏକପ୍ରକାର  ଜଙ୍ଗଲି ଜନ୍ତୁ । ଏହି ଜୀବ ସମସ୍ୟା ସମାଧାନର କ୍ଷମତାଓ ପରିସ୍ଥିତି ସହ ଖାପଖୁଆଇ ଚଳିବାର କ୍ଷମତା ରଖିଥାନ୍ତି । ଏହି ପ୍ରଜାତି ୩ଟି ଭିନ୍ନ ବାସସ୍ଥାନ ପସନ୍ଦ କରନ୍ତି । ଯାହା ପରିବେଶଗତ ପରିବର୍ତ୍ତନକୁ ଅନୁଭବ କରିବା କ୍ଷେତ୍ରରେ ସାହାଯ୍ୟ କରେ ।

ହାତୀ

ହାତୀମାନେ ଉଦ୍ଭିଦ ଜୀବନକୁ ପରିବର୍ତ୍ତନ କରିବା, ବିଭିନ୍ନ ପ୍ରାଣୀ ପ୍ରଜାତି ପାଇଁ ଜଳ ଉତ୍ସ ପ୍ରସ୍ତୁତ କରିବାର କ୍ଷମତା ରଖାଥାଏ । ପ୍ରାକୃତିକ ପରିବେଶ ସେମାନଙ୍କୁ ବିଭିନ୍ନ ଅଞ୍ଚଳରେ ସେମାନଙ୍କର ପରିବେଶଗତ ପାଦଚିହ୍ନ ବୃଦ୍ଧି କରିବାର ସୁଯୋଗ ପ୍ରଦାନ କରେ ।

ଗଧିଆ

ଗଧିଆମାନେ ଶ୍ରେଷ୍ଠ ଶିକାରୀ ଭାବରେ କାମ କରନ୍ତି । ସେମାନେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରନ୍ତି ।

ପୃଥିବୀ କେବେ ଧ୍ବସଂ ହେବ ?  ମଣିଷ ଆଉ କେତେଦିନ ଯାଏ ଧରାପୃଷ୍ଠରେ ରହିବ ?  ବୈଜ୍ଞାନିକଙ୍କ ଆକଳନ କେତେ ସତ ହେବ ?  ତାହା ତ ସମୟ କହିବ ।